ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩, ସାରା ବିଶ୍ୱରେ ପ୍ରାୟ ୩୦ ଲକ୍ଷକୁ ବୃଦ୍ଧି


ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନାନୁଯାୟୀ ଗତ କାଲି ଦ୍ୱିପ୍ରହର ଯାଏ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ରେ ସୀମିତ ଥିବାବେଳେ ରାତିରେ ତାହା ୧୦୦ କୁ ଛୁଇଁଥିଲା ଓ ବର୍ତ୍ତମାନ ତାହା ୧୦୩ କୁ ଛୁଇଁଲାଣି । ନୂତନ ଭାବେ ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୩ ଜଣ ସୁ୍‌ନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୨୮୩ କୁ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା ୮୨୫ ହେଲାଣି । ସର୍ବାଧିକ ଆକ୍ରାନ୍ତ ଥିବା ଆମେରିକାରେ କରୋନା ମାମଲା ୯ ଲକ୍ଷ ୬୦ ହଜାର ୮୯୬ ହୋଇଥିବାବେଳେ ସେଠିକାର ମୃତକଙ୍କ ସଂଖ୍ୟା ୫୪ ହଜାର ୨୬୫ ରହିଛି । ସାରା ବିଶ୍ୱରେ ବର୍ତ୍ତମାନଯାଏଁ ୨୯ ଲକ୍ଷ ୨୧ ହଜାର ୨୦୯ ଟି କରୋନା ମାମଲା ଥିବାବେଳେ ସେ ଭିତରୁ ୧୮ ଲକ୍ଷ ୮୦ ହଜାର ୯୪୨ ଜଣ ବ୍ୟକ୍ତଙ୍କଠାରେ ଏବେ ବି କରୋନା ଭୂତାଣୁ ସକ୍ରିୟ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩, ସାରା ବିଶ୍ୱରେ ପ୍ରାୟ ୩୦ ଲକ୍ଷକୁ ବୃଦ୍ଧି