ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୫ ଲକ୍ଷ ଟପିଲା, ୧୭ ଜିଲ୍ଲାରେ ୧୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ !


(୧୩/୯) ଆଜି ରାଜ୍ୟରେ ୩୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୧୦ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ କୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬୨୬ ହୋଇଛି । ଏମାନଙ୍କ ଭିତରୁ ୧,୧୫,୨୭୯ ଜଣ ଭଲ ହୋଇ ଘରକୁ ଫେରିଥିବାବେଳେ ୩୪,୮୪୯ ଜଣ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କ ଭିତରେ ରାଜ୍ୟର ୧୭ ଟି ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତ ହୋଇଛନ୍ତି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୫୫୬, କଟକର ୩୮୨, ପୁରୀର ୨୧୨, ଝାରସୁଗୁଡ଼ାର ୧୬୨, କେନ୍ଦ୍ରାପଡ଼ାର ୧୫୬, ମୟୁରଭଞ୍ଜର ୧୪୭, ବରଗଡ଼ର ୧୪୬, ବଲାଙ୍ଗୀରର ୧୪୨, ସମ୍ବଲପୁରର ୧୪୧, ବାଲେଶ୍ୱରର ୧୩୪, ଭଦ୍ରକର ୧୨୩, ଯାଜପୁର ଓ ନୂଆପଡ଼ାର ୧୨୮ ଲେଖାଏଁ, ନବରଙ୍ଗପୁରର ୧୧୨, ଜଗତସିଂହପୁରର ୧୦୮, ଅନୁଗୁଳର ୧୦୩, କୋରାପୁଟର ୧୦୦ ଜଣ ଚିହ୍ନଟ ହୋଇଥିବାବେଳେ ବୋଦ୍ଧର ୬୧, ଦେବଗଡ଼ର ୧୫, ଢେଙ୍କାନାଳର ୭୪, ଗଜପତିର ୧୬, କନ୍ଧମାଳ ଓ ଗଞ୍ଜାମର ୮୬ ଲେଖାଏଁ, କଳାହାଣ୍ଡିର ୬୦, କେନ୍ଦୁଝରର ୭୬, ମାଲକାନଗିରିର ୬୮, ନୟାଗଡ଼ର ୬୦, ରାୟଗଡ଼ାର ୯୮, ସୋନପୁରର ୯୧ ଓ ସୁନ୍ଦରଗାଡ଼ର ୩୫ ଜଣ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ତେବେ ୧୦୭ ଜଣଙ୍କ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୫ ଲକ୍ଷ ଟପିଲା, ୧୭ ଜିଲ୍ଲାରେ ୧୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ !