(୨୭/୮) ଲଣ୍ଡନରେ ରହୁଥିବା ଓଡ଼ିଆ ସମାଜର ଲୋକେ ଶୀଘ୍ର ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବେ ବୋଲି ଜଣାପଡ଼ିଛି । ଉକ୍ତ ପ୍ରକଳ୍ପ ପାଇଁ ଲଣ୍ଡନରେ ଥିବା ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତି ସରିଛି । ସେଠାରେ ସଫଳ ଭାବେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହ ଏହି ଟ୍ରଷ୍ଟର ଟ୍ରଷ୍ଟିମାନେ ଶୀଘ୍ର ଏକ ଜଗନ୍ନାଥ ଧାମ ୍ପ୍ରତିଷ୍ଠା କରିବାକୁ ପ୍ରତିଶୃତିବଦ୍ଧ ଥିବା ଜଣାପଡ଼ିଛି । ଲଣ୍ଡନରେ ରହୁଥିବା ଓଡ଼ିଆ ଲୋକେ ବହୁଦିନ ହେଲା ସେଠାରେ ଜଗନ୍ନାଥ ସଂସ୍କୃତିକୁ ପ୍ରସାର କରିବା ସହ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଚିନ୍ତା କରି ଆସୁଥିଲେ । ସେଠାରେ ଅନେକ ଦେବାଦେବୀଙ୍କ ମନ୍ଦିର ଥିଲେ ବି ଜଗନ୍ନାଥ ମନ୍ଦିରଟେ ନଥିବାରୁ ସେଠାରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ଅଡ଼ୁଆ ଲାଗୁଥିଲା । ଦୀର୍ଘ ପଚାଶ ବର୍ଷ ହେବ ସେଠାରେ ଓଡ଼ିଆ ଲୋକେ ବସବାସ କରି ଆସୁଛନ୍ତି । ୨୦୨୪ ସୁଦ୍ଧା ଏହି ମନ୍ଦିର ନିର୍ମାଣ କରିବାକୁ ଏହି ଟ୍ରଷ୍ଟ ଯୋଜନା କରିଥିବା ଜାଣାପଡ଼ିଛି । ଏହି ମନ୍ଦିର ନିର୍ମାଣ କରିବାକୁ ବହୁ ସାଧୁସନ୍ଥ, ପଣ୍ଡିତଙ୍କ ସମେତ ପୁରୀ ମହାରାଜା ଶ୍ରୀ ଦିବ୍ୟ ସିଂ ଦେଓଙ୍କ ମଧ୍ୟ ସହଯୋଗ ରହିଛି ବୋଲି ‘ଓଡ଼ିଶା ପୋଷ୍ଟ’ ପ୍ରକାଶ କରିଛି ।
ଲଣ୍ଡନରେ ରହୁଥିବା ଓଡ଼ିଆ ଲୋକେ ନିର୍ମାଣ କରିବେ ଜଗନ୍ନାଥ ମନ୍ଦିର
