ମଣିଷ ଇତିହାସରେ ପୃଥିବୀ ବର୍ତ୍ତମାନ ସବୁଠାରୁ ଭୟଙ୍କର ସମୟ ଦେଇ ଗତି କରୁଛି: ଆମେରିକାର ପ୍ରଫେସର ନୋଆମ୍ ‌!


(୨୪/୯) ଆମେରିକାର ପ୍ରଫେସର ନୋଆମ୍ ଚୋମ୍‌ସ୍କି ସତର୍କ କରାଇ ଦେଇଛନ୍ତି ଯେ ଜଳବାୟୁ ସମସ୍ୟା, ପରମାଣୁ ଯୁଦ୍ଧର ଆତଙ୍କ ଓ ଲୋକଙ୍କ ମନରେ ବୃଦ୍ଧି ପାଉଥିବା କର୍ତ୍ତାପଣ ଯୋଗୁଁ ଇତିହାସରେ ବର୍ତ୍ତମାନ ସବୁଠାରୁ ଭୟଙ୍କର ସମୟ ଦେଇ ପୃଥିବୀ ଗତି କରୁଛି । ‘ନ୍ୟୁ ଷ୍ଟେଟସମେନ’ କୁ ଦେଇଥିବା ଏହି ୯୧ ବର୍ଷ ବୟସ୍କ ସାମାଜିକ କାର୍ଯ୍ୟକର୍ତ୍ତା ଏକ ସାକ୍ଷାତକାରରେ ଏ ବିଷୟ ପ୍ରକାଶ କରିଛନ୍ତି । ପରମାଣୁ ଯୁଦ୍ଧର ଧମକ ସହ ଗଣତନ୍ତ୍ରର ଅବନତି ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ଏହି ସମୟଟି ‘ଶୀତଳ ଯୁଦ୍ଧ’ଠାରୁ ବି ଅତ୍ୟନ୍ତ ଭୟାନକ । ଏଥିରେ ବ୍ରାଜିଲ, ଭାରତ, ଯୁକ୍ତରାଜ୍ୟ, ମିଶର, ଇସ୍ରାଏଲ ଓ ହଙ୍ଗେରୀର ଆନ୍ତର୍ଜାତୀୟ ପ୍ରତିକ୍ରିୟାଶୀଳ ବ୍ୟକ୍ତି ଭାବରେ ପ୍ରମୁଖ ବ୍ୟକ୍ତି ବୋଲି ସେ ତୁଳନା କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଧର୍ମନିରପେକ୍ଷ ଗଣତନ୍ତ୍ରକୁ ଧ୍ୱଂସ କରି ଚାଲିଥିବାବେଳେ ଭୟଭୀତ କରି କାଶ୍ମୀରକୁ ଭାରତର ଦଖଲକୁ ନେଇଗଲେ ବୋଲି ସେ ଅଭିଯୋଗ କରିଛନ୍ତି । ମିଶରରେ ଏକଛତ୍ରବାଦୀ ଶାସନର ସବୁଠାରୁ ଅତ୍ୟନ୍ତ ଖରାପ ସମୟ ଚାଲିଥିବାବେଳେ ଇସ୍ରାଏଲରେ ବୃଦ୍ଧମାନଙ୍କ ଅପେକ୍ଷା ଯୁବକମାନେ ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ସେ ଉଦାହରଣ ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମଣିଷ ଇତିହାସରେ ପୃଥିବୀ ବର୍ତ୍ତମାନ ସବୁଠାରୁ ଭୟଙ୍କର ସମୟ ଦେଇ ଗତି କରୁଛି: ଆମେରିକାର ପ୍ରଫେସର ନୋଆମ୍ ‌!