ଏବେ ଖ୍ରୀଷ୍ଟିୟାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ଶିବୁ ଥୋମାସଙ୍କୁ ଦେଶଦ୍ରୋହୀ ପ୍ରମାଣ କରିବାକୁ ଯୋଜନା !


(୦୬/୧୨) ଦେଶରେ ଖ୍ରୀଷ୍ଟିୟାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ‘ପର୍ସିକ୍ୟୁସନ ରିଲିଫ୍‌’ ନାମକ ସଂସ୍ଥା ମାଧ୍ୟମରେ ଲଢ଼େଇ କରୁଥିବା ଶିବୁ ଥୋମାସଙ୍କୁ ଦେଶଦ୍ରୋହୀ ବୋଲି ଗୃହ ମନ୍ତ୍ରଣାଳୟକୁ ପତ୍ର ଲେଖିଛିି ‘ଲେଗାଲ୍ ରାଇଟ୍‌ସ ପ୍ରୋଟେକସନ୍ ଫୋରମ୍‌’। ଏହି ଫୋରମ ଅନୁଯାୟୀ ‘ପର୍ସିକ୍ୟସନ ରିଲିଫ୍‌’ ର ରିପୋର୍ଟକୁ ଆଧାର କରି ଆମେରିକାର ‘ ଇଣ୍ଟରନେସନାଲ ରିଲିଜିଅସ୍ ଫ୍ରିଡମ୍‌’ ର ସଭ୍ୟ ତଥା ସେଠିକାର କେତେକ ସାଂସଦ ଭାରତକୁ ଏକ ନିର୍ଦ୍ଧିଷ୍ଟ ବିଶ୍ୱାସ ପ୍ରତି ସଚେତନ ଥିବାର ଦେଶ ବୋଲି ଚିନ୍ତା କରିଛନ୍ତି, ଯାହାଦ୍ୱାରା ଆର୍ନ୍ତଜାତୀୟ ସ୍ତରରେ ଭାରତର ଛବି ମଳିନ ହୋଇଥିବା ଉଲ୍ଲେଖ କରାଯାଇଛି । ଏହି ଫୋରମର ଅଭିଯୋଗ ଅନୁଯାୟୀ, ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିବାକୁ ଏକ ଷଡ଼ଯନ୍ତ୍ର ହୋଇଛି । ଆମେରିକାର ‘ଓପନ୍ ଡୋର୍‌’ ନାମକ ଏକ ସଂସ୍ଥା ଭାରତକୁ ୨୦୧୪ ରେ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ସର୍ବାଧିକ ବିପଦପୂର୍ଣ୍ଣ ଦେଶ ଭାବରେ ୨୮ ତମ ସ୍ଥାନରେ ରଖିଥିବାବେଳେ ୨୦୧୯ ରେ ତାହା ୧୦ ମ ସ୍ଥାନରେ ରଖିଛି । ସେଥିରେ ଆହୁରି ଅଭିଯୋଗ କରାଯାଇଛି ଯେ, ‘ପର୍ସିକ୍ୟୁସନ ରିଲିଫ୍‌’ ର ରିପୋର୍ଟକୁ ଆଧାର କରି ସେଠିକାର ରାଜନେତା ଓ ଖ୍ରୀଷ୍ଟଧର୍ମାବଲମ୍ବୀର ଲୋକମାନେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଯୁକ୍ତି କରିଛନ୍ତି । ସେଥିପାଇଁ ‘ପର୍ସିକ୍ୟୁସନ ରିଲିଫ୍‌’ ସଂସ୍ଥା ବିରଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ‘ଲେଗାଲ୍ ରାଇଟ୍‌ସ ପ୍ରୋଟେକସନ୍ ଫୋରମ୍‌’ ଅଭିଯୋଗ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଏବେ ଖ୍ରୀଷ୍ଟିୟାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ଶିବୁ ଥୋମାସଙ୍କୁ ଦେଶଦ୍ରୋହୀ ପ୍ରମାଣ କରିବାକୁ ଯୋଜନା !