(୦୭/୭) କରୋନା ପରିସ୍ଥିତିକୁ ଦେଖି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଜିଲ୍ଲାବାସୀଙ୍କ ସୁବିଧା ନିମନ୍ତେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଜି୍ଲ୍ଲାବାସୀ ବର୍ତ୍ତମାନ କିଛି ଅଭିଯୋଗ କରିବାକୁ ଚାହୁଁଥିଲେ ଜିଲ୍ଲାପାଳଙ୍କୁୁ ଭେଟିବା ଆଉ ଜରୁରୀ ନୁହେଁ । ସେମାନେ ଏବେ ଇ-ମେଲ୍ ବା ହ୍ୱାଟ୍ସଆପ୍ ମେସେଜ ବା ଟେଲିଫୋନ କଲ୍ କରି ସେମାନଙ୍କ ଅଭିଯୋଗ ଜଣାଇ ପାରିବେ ଓ ଅଭିଯୋଗ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଯଥାଶୀଘ୍ର ଅଭିଯୋଗକାରୀଙ୍କୁ ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଇ-ମେଲ୍ ଆଇଡି dm-balangir@nic.in ବା ହ୍ୱାଟ୍ସଆପ୍ ନମ୍ବର ୮୨୬୦୯୬୨୭୨୨ ବା ଟେଲିଫୋନ ନମ୍ବର ୦୬୬୫୨-୨୩୨୭୭୩/୨୩୦୯୬୯ ନମ୍ବର ଯୋଗେ ଜିଲ୍ଲାବାସୀ ତାଙ୍କର ଅଭିଯୋଗ ଜଣାଇ ପାରିବେ ।
ଏବେ ଘରୁ ଥାଇ ବି ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇ ପାରିବ !
