(୧୪/୮) ଏବେ ସରକାରୀ ହସପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଆଇସୋଲେନ୍ ବେଡ୍ ପିଛା ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ଓ ଅନ୍ୟ ସୁବିଧାସୁଯୋଗ ଚାହୁଁଥିଲେ ଅଧିକ ଟଙ୍କା ଗଣିବାକୁୁ ପଡ଼ିବ ବୋଲି ଜଣେ ସିଡିଏମଓ ଆଦେଶ ଜାରି କରିଛନ୍ତି । କଥାଟି ସତ ପରି ଲାଗୁ ନଥିଲେ ବି ସମ୍ବାଦ ସରବରାହ ସଂସ୍ଥା ‘ଏସିଏନ୍ ନ୍ୟୁଜ୍ ଇଣଣ୍ଟରନେସନାଲ’ ସୂତ୍ରରୁ ପ୍ରକାଶ ଯେ, ଲକ୍ଷ୍ନୌର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆରପି ସିଂ ଏପରି ଆଦେଶ ଜାରି କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନୈକ ମୁଖ୍ୟ ଚିକିତ୍ସାଧିକାରୀ ଏହି ପଦକ୍ଷେପ ନେଇଥିବା ସେ ଉକ୍ତ ଆଦେଶରେ ଉଲ୍ଲେଖ କରିଛନ୍ତି । ତେବେ ଆଇସୋଲେନ୍ ବେଡ୍ ସମେତ ସର୍ପୋଟିଭ କେଆର୍ ଓ ଅକ୍ସିଜେନ ପାଇଁ ରୋଗୀ ପିଛା ୧୦୦୦୦ ଟଙ୍କା, ବିନା ଭେଣ୍ଟିଲେଟରରେ ଆଇସିୟୁ ସୁବିଧା ନିମନ୍ତେ ୧୫୦୦୦ ତଥା ଭେଣ୍ଟିଲେଟର ସହ ଆଇସିୟୁ ସୁବିଧା ଦରକାର ଥିଲେ ସେମାନଙ୍କୁ ୧୮୦୦୦ ଟଙ୍କା ପଇଠ କରିବାକୁ ପଡ଼ିବ ବୋଲି ଏହି ଆଦେଶରେ କୁହାଯାଇଛି । ଏହି ଆଦେଶଟି ଗତକାଲି ଜାରି କରାଯାଇଥିବାବେଳେ ଉତ୍ତରପ୍ରଦେଶ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।
ଏବେ କରୋନା ରୋଗୀଙ୍କୁ ବେଡ୍ ପିଛା ୧୦ ହଜାର ଟଙ୍କା ଗଣିବାକୁ ପଡ଼ିବ !
