(୨୭/୮) ବିଶ୍ୱରେ କରୋନା ସଙ୍କଟ ଯୋଗୁଁ ଦେଶରେ ବିମାନ ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି, କିନ୍ତୁ ଏକ ସୁଖଦ ଖବର ଯେ ଆସନ୍ତା ଦୀପାବଳି ବେଳକୁ ଏହା ସ୍ୱାଭାବିକ ହୋଇପାରେ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ତାଙ୍କ ଟ୍ୱିଟର ପେଜରେ ସେମିତି ସୂଚନା ଦେଇଛନ୍ତି । ଅଗଷ୍ଟ ୨୬ ରୁ ଚଳିତ ବର୍ଷର ଦୀପାବଳିକୁ ଲକ୍ଷ୍ୟ କରି ୯୫ ଦିନର ଏକ ଗଣନା କରି ସେ ଲେଖିଛନ୍ତି ଯେ ସେତେବେଳକୁ ଦିନକୁ ୧ ଲକ୍ଷରୁ ଅଧିକ ବିମାନଯାତ୍ରୀ ଯିବାଆସିବା କରିପାରିବେ । ଯଦି ଏହା ସତ ହୁଏ, ତେବେ ବିଭିନ୍ନ ସ୍ଥାନକୁ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚିତ ଖୁସିର ଖବର ଅଟେ ।
ଦୀପାବଳି ଭିତରେ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ବିଭାଗୀୟ ଯୁଗ୍ମ ସଚିବଙ୍କ ସଙ୍କେତ !
