(୦୯/୯) ଇସ୍ରାୁୟେଲ ଓ ୟୁନାଇଟେଡ୍ ଆରବ ଏମିରେଟସ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଉଦ୍ୟମ ଯୋଗୁଁ ତାଙ୍କ ନାମକୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ନରୱେ ପାର୍ଲିଆମେଣ୍ଟର ଜଣେ ସଦସ୍ୟ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିଥିବା ପାର୍ଲିଆମେଣ୍ଟ ସଦସ୍ୟ ଖ୍ରୀଷ୍ଟିୟାନ ତାଇବ୍ରିଙ୍ଗ କହିଛନ୍ତି ଯେ, ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ଅନ୍ୟ ପ୍ରାର୍ଥୀମାନଙ୍କ ଅପେକ୍ଷା ଟ୍ରମ୍ପ ଶାନ୍ତି ସ୍ଥାପନ ନିମନ୍ତେ ଅଧିକ କାମ କରିଛନ୍ତି ବୋଲି ନରୱେର ତରଫରୁ ‘ନାଟୋ’ ପାର୍ଲିଆମେଣ୍ଟରୀ ଆସେମ୍ଲିରେ ପ୍ରତିନିଧିତ୍ୱ କରୁଥିବା ଦଳର ଅଧ୍ୟକ୍ଷ ଅଛନ୍ତି । ସେ ଆହୁରି କହିଛନ୍ତି ଯେ, ସେ ଟ୍ରମ୍ପଙ୍କ କୌଣସି ବଡ଼ ସମର୍ଥକ ନୁହନ୍ତି, କିନ୍ତୁ ଆଗାମୀ ସପ୍ତାହରେ ୟୁଏଇ ଓ ଇସ୍ରାୟେଲ ମଧ୍ୟରେ ‘ହ୍ୱାଇଟହାଉସ’ ରେ ଚୁକ୍ତି ସ୍ୱାକ୍ଷରୀତ ହେବାକୁ ଥିବାରୁ ତାହା ଗୁରୁତ୍ୱପୂର୍ଣ୍ଣ । ଏହି ଚୁକ୍ତି ସ୍ୱାକ୍ଷର ହେଲେ ତାହା ମଧ୍ୟ-ପୂର୍ବରେ ସହଯୋଗ ଓ ପ୍ରଗତି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସୀମା ବିବାଦ ତଥା ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଥିବା ପରମାଣୁ ଶକ୍ତିକୁ ନେଇ ଥିବା ବିଭେଦକୁ ଦୂର କରିବାରେ ନୂଆ ଦିଗଦର୍ଶନ ଦେବ ବୋଲି ସେ ନାମାଙ୍କନ ପତ୍ରରେ ନାମାଙ୍କନ ପତ୍ରରେ ଉଲ୍ଲେଖ କରିଛନ୍ତି ।
୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମ ମନୋନୟନ କମିଟିକୁ ଗଲା !
