ନ୍ୟୁଜିଲାଣ୍ଡରେ ୧୦୦ ଦିନରେ ଜଣେ ବି କରୋନା ପଜିଟିଭ୍ ବାହାରି ନାହାନ୍ତି, ଜାଣନ୍ତୁ ଉପାୟ !

(୦୯/୮) କରୋନା ଭୂତାଣୁ ଦିନକୁ ଦିନ ଏତେ ବ୍ୟାପିବାରେ ଲାଗିଛି ଯେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ହୋଇଥିବାବେଳେ ଭାରତରେ ଏହା ୨୧ ଲକ୍ଷକୁ ଟପି ଗଲାଣି । ତେବେ ପୃଥିବୀରେ ତଥାପି ଏମିତି ଦେଶ ଅଛି. ଯେଉଁଠିକି ଗତ ୧୦୦ ଦିନ ହେଲା ଗୋଟିଏ ବି କରୋନା ଆକ୍ରାନ୍ତ ବାହାରି ନଥିବା ରିପୋର୍ଟ ଜଣାପଡ଼ିଛି । କେବଳ ଫିଜି ଓ ନ୍ୟୁଜିଲାଣ୍ଡ ହେଉଛି ସେପରି ଦେଶ, ଯେଉଁଠାରେ ଗତ ୧୦୦ ଦିନ ଭିତରେ ଗୋଟିଏ ବି କରୋନା ଆକ୍ରାନ୍ତୁ ବାହାରି ନାହାନ୍ତି । ରବିବାର ଅର୍ଥାତ ଅଗଷ୍ଟ ୯ ତାରିଖ ଦିନ ନ୍ୟୁଜିଲାଣ୍ଡରେ କୌଣସି କରୋନା ଆକ୍ରାନ୍ତ ନ ବାହାରିବାର ୧୦୦ ଦିନ ପୂରିଯାଇଛି । ନ୍ୟୁଜିଲାଣ୍ଡରେ ପ୍ରଥମ କରୋନା ରୋଗୀ ଫେବୃୟାରୀ ୨୬ ତାରିଖରେ ଚିହ୍ନଟ ହୋଇଥିଲା ଓ ଶେଷ କରୋନା ରୋଗୀ ମେ ମାସ ୧ ତାରିଖ ଦିନ ଚିହ୍ନଟ ହୋଇଥିଲା । କରୋନା ଭୂତାଣୁକୁ ସେଠାରେ ନିୟନ୍ତ୍ରଣ କରିବାକୁ ୬୫ ଦିନ ସମୟ ଲାଗିଗଲା । ଏବେ ସେଠାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି । ସେଥିପାଇଁ ସେଠିକାର ଲୋକ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି । ତେବେ ତିନି ପ୍ରକାର ଉପାୟ ଯୋଗୁଁ ନ୍ୟୁଜିଲାଣ୍ଡ କରୋନା ଭୂତାଣୁକୁ ପ୍ରତିହତ କରିବାେ ସକ୍ଷମ ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି । ପ୍ରଥମତଃ, ଦେଶର ସୀମାରେ କୌଣସି କରୋନା ଆକ୍ରାନ୍ତଙ୍କୁ ଦେଶ ଭିତରକୁ ପ୍ରବେଶ କରି ଦିଆଯାଉ ନାହିଁ । ଦ୍ୱିତୀୟରେ, ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସେଠାରେ ‘ଲକ୍‌ଡାଉନ୍‌’ ଓ ପରସ୍ପରଠାରୁ ଶାରୀରିକ ଭାବେ ଦୂରତ୍ୱ ବଜାୟ ରଖୁଛନ୍ତି । ଆଉ ତୃତୀୟରେ, କରୋନା ପରୀକ୍ଷା କରି ରୋଗୀର ସଂସ୍ପର୍ଶରେ ଆସିଥିବା ଲୋକକୁ ଠାବ କରାଯିବା ସହ ସଙ୍ଗରୋଧରେ ରଖାଯାଉଛି । ଏହି ଉପାୟ ବଳରେ କେବଳ ଇଉରୋପ୍ ଓ ଆମେରିକା ଭଳି ଧନୀ ଦେଶ ତୁଳନାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା କମ୍ ହୋଇପାରିଛି ବୋଲି କୁହାଯାଇଛି । ଅର୍ଗାନାଇଜେସନ ଫର୍ ଇକନମିକ୍ କୋଅପରେସନ୍ ଏଣ୍ଡ ଡେଭେଲପମେଣ୍ଟ(ଓଇସିଡି) ର ରିପୋର୍ଟ ଅନୁସାରେ ଗତ ଅଗଷ୍ଟ ୬ ତାରିଖ ସୁଦ୍ଧା ଆମେରିକାରେ ପ୍ରତି ୧୦ ଲକ୍ଷ ପିଛା ୪୮୮ ଜଣ ମୃତ୍ୟୁ ବରଣ କରିଥିବାବେଳେ ନ୍ୟୁଜିଲାଣ୍ଡରେ ସେହି ସମାନ ୧୦ ଲକ୍ଷ ପିଛା ମାତ୍ର ୪ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ଏଯାଏଁ ଆମେରିକାରେ ୧ ଲକ୍ଷ ୬୨ ହଜାର ଲୋକ ମୃତ୍ୟୁ ବରଣ କରିଥିବାବେଳେ ଭାରତରେ ୪୩ ହଜାର ଲୋକ କରୋନା ଯୋଗୁଁ ମୃତ୍ୟୁ ବରଣ କଲେଣି । ହେଲେ ସର୍ବମୋଟ୍ ନ୍ୟୁଜିଲାଣ୍ଡରେ ମାତ୍ର ୨୨ ଜଣ ମୃତ୍ୟୁ ବରଣ କରିଥିବା ରିପୋର୍ଟ ମିଳିଛି । ଏପରିକି ଭାରତ ଓ ଅନ୍ୟ ଦେଶରେ ପ୍ରତ୍ୟହ ହଜାର ହଜାର ଲୋକ କରୋନା ଯୋଗୁଁ ମୃତ୍ୟୂ ବରଣ କରୁଥିବାବେଳେ ନ୍ୟୁଜିଲାଣ୍ଡରେ ଗତ ମେ ୨୮ ପରେ ଜଣେ ବି ମୃତ୍ୟୁ ବରଣ କରିଥିବା ରିପୋର୍ଟ ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନ୍ୟୁଜିଲାଣ୍ଡରେ ୧୦୦ ଦିନରେ ଜଣେ ବି କରୋନା ପଜିଟିଭ୍ ବାହାରି ନାହାନ୍ତି, ଜାଣନ୍ତୁ ଉପାୟ !