(୧୮/୬) ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ହେବା ନ ହେବା ନେଇ ଲୋକେ ବିଭିନ୍ନ ପ୍ରକାର ଅଟକଳ କରୁଥିଲେ ବି ସୁପ୍ରିମ କୋର୍ଟ ଏସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଚଳିତବର୍ଷ ପୁରୀ ରଥଯାତ୍ରା ନ କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ ଆହୁରି କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଯଦି ରଥଯାତ୍ରା କରିବାକୁ ଅନୁମତି ଦିଆଯାଏ, ତେବେ ପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ରଥଯାତ୍ରା କଲେ ହାତୀ କିମ୍ବା ମେସିନ ଲଗାଇ ରଥ ଟାଣିବାକୁ ରାୟ ଶୁଣାଇଥିଲେ । ସୂଚନାଯୋଗ୍ୟ ଯେ, ଆଗାମୀ ୨୩ ତାରିଖ ଦିନ ରଥଯାତ୍ରାର ତିଥି କ୍ୟାଲେଣ୍ଡର ଅନୁସାରେ ପୂର୍ବରୁ ସ୍ଥିର ହୋଇଛି । ତେବେ ସୁପ୍ରିମକୋର୍ଟଙ୍କ ଏ ରାୟ ଲୋକଙ୍କୁ ନିରାଶ କରିବ ବୋଲି କେତେକେ ଆକଳନ କଲେଣି ।
ଚଳିତବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ: ସୁପ୍ରିମ କୋର୍ଟ
