କଣ୍ଟାବାଞ୍ଜିରେ ସହର ଆଲୋକ ବ୍ୟବସ୍ଥାକୁ ନେଇ ଠିକାଦାରଙ୍କ ମନମାନି, ଲୋକେ ଅସନ୍ତୁଷ୍ଟ ଥିବା ଅଭିଯୋଗ !

(୨୫/୧୧) କଣ୍ଟାବାଞ୍ଜି ସହରରେ ଥିବା ୱାର୍ଡ ନମ୍ବର ୧ ରେ ବିଦ୍ୟୁତ ପୋଲ ସଂଯୋଗ କରାଯାଇ ଥିବା ବେଳେ କଣ୍ଟାବାଞ୍ଜି ଏନ୍ଏସି ପକ୍ଷରୁ କୋୖଣସି ଆଲୋକ ବ୍ୟବସ୍ଥା କରାଯାଇ ନାହିଁ, ଯାହା ଆଇନ ଅନୁଯାୟୀ ବାଧ୍ୟତାମୂଳକ କାର୍ଯ୍ୟ ଅଟେ । ସୁଚନା ଅନୁସାରେ ୱାର୍ଡ଼ ନମ୍ବର ୧ ରେ ୧୬ ରୁ ୧୮ ବିଦ୍ୟୁତ ଖୁଣ୍ଟ ବା ପୋଲ ରହିଛି, ହେଲେ ରାସ୍ତାରେ ଏଯାଏଁ ଆଲୋକ ବ୍ୟବସ୍ଥା କରାଯାଇ ନାହିଁ । ସହରର ଆଲୋକୀକରଣ କାର୍ଯ୍ୟ କରିବାକୁ ଠିକାଦାରମାନଙ୍କୁ ଦାୟିତ୍ୱ ଦେଇ ଏନଏସି ତାର ଦାୟିତ୍ୱ ସାରି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ, ହେଲେ ଠିକାଦାରମାନେ ସେମାନଙ୍କର ମନମାନି କାର୍ଯ୍ୟ କରୁଥିବା ଅନେକ ସମୟରେ ଅଭିଯୋଗ ହେଉଛି । ସ୍ଥାନୀୟ ବିଧାୟକ କିମ୍ବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସହରରେ ଥିବା ଅନେକ ସମସ୍ୟା ସମାଧାନ ହୋଇଯିବ ବୋଲି ସାଧାରଣରେ ଲୋକେ ପ୍ରକାଶ କରିଛନ୍ତି । (ରିପୋର୍ଟ – ଏସ କେ ସମିମ)


Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜିରେ ସହର ଆଲୋକ ବ୍ୟବସ୍ଥାକୁ ନେଇ ଠିକାଦାରଙ୍କ ମନମାନି, ଲୋକେ ଅସନ୍ତୁଷ୍ଟ ଥିବା ଅଭିଯୋଗ !