(୦୪/୮)ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସନ୍ଧ୍ୟା ୫ ଟାରୁ ପରଦିନ ସକାଳ ୬ ଟା ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ କେବଳ ମାଲବାହୀ ଗାଡ଼ି ଚଳାଚଳ କରିବା, କିନ୍ତୁ ଦୁଇ ଚକିଆ ଯାନ ଓ ହାଲୁକା ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମାତ୍ର ଜରୁରୀ କାମ ଓ ମେଡକାଲ କ୍ଷେତ୍ରରେ ବ୍ୟକ୍ତିଗତ ଗାଡ଼ି ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି । ଏହି ନିର୍ଦ୍ଦେଶଟି ଅଗଷ୍ଟ ୩୧ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ବଲାଙ୍ଗୀରରେ ସନ୍ଧ୍ୟା ୫ ଟାରୁ ସକାଳ ୬ ଟା ଯାଏଁ ଯାନବାହନ ଚଳାଚଳ ବନ୍ଦ !
