ରାଜ୍ୟ ସରକାର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରା ଲକ୍ ଡାଉନ୍ ପାଇଁ ଜାରି ହୋଇଥିବା ଆଦେଶ ଅନୁଯାୟୀ ଦିନ ୨ ଟାରୁ ପରଦିନ ସକାଳ ୭ ଟାଯାଏଁ ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ବାହାରିବାକୁ ସମସ୍ତଙ୍କୁ ବାରଣ କରାଯାଇଛି । ବୟସ୍କ ବ୍ୟକ୍ତି ବା ୧୦ ବର୍ଷ ବୟସରୁ କମ ପିଲା ବାହାରକୁ ଆଦୌ ନ ବାହାରିବାକୁ ପରାମର୍ଶ କରାଯାଇଛି । ଜିଲ୍ଲାରେ ବାଇକରେ କେବଳ ଜଣେ ବ୍ୟକ୍ତି ଯାଇପାରିବେ । ସମସ୍ତ ମଦ ଦୋକାନ, ପାନ ଦୋକାନ, ରାସ୍ତା ପାଶ୍ୱର୍ ବିକାଳି ଓ ଚା ଦୋକାନ ବନ୍ଦ ରହିବ । ଟ୍ୟାକ୍ସି ଗୁଡ଼ିକରେ କେବଳ ଦୁଇ ଜଣ ଯାତ୍ରୀ ବସି ପାରିବେ । ଅନ୍ୟ ଜିଲ୍ଲାକୁ ଯାଉଥିଲେ ଚାରି ଚକିଆ ଯାନରେ ଗାଡ଼ିଚାଳକ ବ୍ୟତୀତ କେବଳ ଦୁଇ ଜଣ ଗାଡ଼ିରେ ବସିପାରିବେ ବୋଲି ଆଦେଶରେ କୁହାଯାଇଛି । ଏହା ବ୍ୟତୀତ ରାଜ୍ୟରେ ସବୁଆଡ଼େ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ଯାଏଁ ଚଳପ୍ରଚଳ ବନ୍ଦ ନିିମନ୍ତେ ଆଦେଶ ହୋଇଛି ।
ଦିନ ୨ ଟାରୁୁ ପରଦିନ ସକାଳ ୭ ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ଘରୁ ନ ବାହାରିବାକୁ ବାରଣ
