ନ୍ୟୁଜ ଚ୍ୟାନେଲର ମିଛ ଧରା ପଡ଼ିଲା, ରିୟା ଚକ୍ରବର୍ତ୍ତୀ ଡ୍ରଗ୍‌ସ ସେବନ କରୁଥିବା ମାନି ନାହାନ୍ତି !


(୦୯/୯) କେତେକ ନ୍ୟୁଜ ଚ୍ୟାନେଲ ଏଙ୍କର ଗତକାଲି ବିଳମ୍ବିତ ସମୟଯାଏଁ ରଡ଼ୁଥିଲେ ଯେ ରିୟା ଚକ୍ରବର୍ତ୍ତୀ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ଡ୍ରଗ୍‌ସ ସେବନ କରୁଥିବା ମାନି ଯାଇଛନ୍ତି ବୋଲି । ସେମାନେ ଏହା ପ୍ରମାଣ କରିବାକୁ ଚାହୁଁଥିଲେ ଯେ ସେମାନେ ରିୟା ଚକ୍ରବର୍ତ୍ତୀଙ୍କୁ ଅପରାଧୀ ଭାବେ ପ୍ରମାଣ କରିବାକୁ ଚିତ୍କାର କରି ଲୋକଙ୍କୁ ଯାହା ଶୁଣାଉଥିଲେ, ତାହା ସତ ଥିଲା । କିନ୍ତୁ ଏପରି ନାଟକ କରୁଥିବା ନ୍ୟୁଜ ଏଙ୍କରକ ମୁହଁ ସେତେବେଳେ ଫିକା ପଡ଼ିଗଲା, ଯେତେବେଳେ କି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରିମାଣ୍ଡ କପିରେ ରିୟା ଚକ୍ରବର୍ତ୍ତୀ ଡ୍ରଗସ ନେଉଥିବା ସମ୍ପର୍କରେ କିଛି ଉଲ୍ଲେଖ ନଥିବା ଦେଖାଗଲା । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରିମାଣ୍ଡ କପି ଲୋକଲୋଚନକୁ ଆସିବା ପରେ ରିୟାଙ୍କୁ ଜାଣିଶୁଣି ଉଦ୍ଦେଶ୍ୟ ମୂଳକ ଭାବେ ଫଶାଇ ଦିଆଗଲା ବୋଲି ପ୍ରଶ୍ନ ହେଉଛି । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରିମାଣ୍ଡ କପିରୁ ରିୟା କହିଥିବା କଥାଟି ମଧ୍ୟ ସତ ଜଣାପଡ଼ୁଛି ଯେ, ସୁଶାନ୍ତ ସିଂ ରାଜପୁତ ନିଜ ମ୍ୟାନେଜର ସାମୁଏଲ ମିରିଣ୍ଡାଙ୍କୁ ଡ୍ରଗ୍‌ସ ଆଣିବାକୁ ପଠାଉଥିଲେ । ତେବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର କାର୍ଯ୍ୟଧାରାକୁ ଦେଖି ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଫଶାଇ ଦିଆଯାଇଛି, ନହେଲେ ତାଙ୍କୁ କାହିିଁକି ବ୍ୟୂୁରୋ ଅଧିକ ପଚରାଉଚରା କରିବାକୁ ରିମାଣ୍ଡରେ ନେଲା ନାହିଁ ବୋଲି ପ୍ରଶ୍ନ ଉଙ୍କି ମାରେ । ତେବେ ଏହା ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନକୁ ଆଖି ଆଗରେ ରଖି ଶାସକ ବିଜେପିର ଏକ ସୁନିୟୋଜିତ ଯୋଜନା ବୋଲି ଲୋକେ କହୁଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନ୍ୟୁଜ ଚ୍ୟାନେଲର ମିଛ ଧରା ପଡ଼ିଲା, ରିୟା ଚକ୍ରବର୍ତ୍ତୀ ଡ୍ରଗ୍‌ସ ସେବନ କରୁଥିବା ମାନି ନାହାନ୍ତି !