(୧୦/୭) ଆଜି କରୋନା ରାଜ୍ୟରେ ଆଉ ଏକ ନୂଆ ରେକର୍ଡ଼ କରିଛି । ଗୋଟିଏ ଦିନରେ ୫୭୭ ରୁ ଡେଇଁ ସିଧା ୭୫୫ ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି । ଯେଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି, କେଜାଣି କିଛି ଦିନ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ହୋଇଯିବ ପରି ଲାଗିଲାଣି । ଆଜିର ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ ରେ ପହଂଚିଛି । ତେବେ ରାଜ୍ୟରେ ଏଯାଏଁ ୭୪୦୭ ଜଣ ଭଲ ହୋଇଥିବାବେଳେ ୪୪୭୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ଆଉ ଆଜିର ୬ ଜଣ ମୃତକଙ୍କ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି । ଆଜିର ନୁଆ ଆକ୍ରାନ୍ତଙ୍କ ଭିତରେ ଗଞ୍ଜାମର ୩୨୦, ଖୋର୍ଦ୍ଧାର ୫୯, କଟକର ୫୫, ଯାଜପୁରର ୮୬, ସୁନ୍ଦରଗଡ଼ର ୬୨, ଗଜପତିର ୩୦, ବାଲେଶ୍ୱରର ୯, ଜଗତସିଂହପୁରର ୫, ପୁରୀର ୧୧, ମୟୂରଭଞ୍ଜର ୧୨, କେନ୍ଦ୍ରାପଡ଼ାର ୫, ଭଦ୍ରକର ୨, କେନ୍ଦୁଝରର ୩୨, ବଲାଙ୍ଗୀରର ୧୨, ନୟାଗଡ଼ର ୧୬, କନ୍ଧମାଳର ୨, ବରଗଡ଼ର ୧, ମାଲକାନଗିରିର ୧୮, ଅନୁଗୁଳର ୩, ସମ୍ବଲପୁରର ୨, ଢେଙ୍କାନାଳର ୪, କୋରାପୁଟର ୫ ଓ ଦେବଗଡ଼ର ୪ ଜଣ ରହିଛନ୍ତି । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮ ଲକ୍ଷକୁ ଗଲାଣି । ଆସନ୍ତା କାଲି ୮ ଲକ୍ଷକୁ ଟପିଯିବ ପରି ମନେ ହେଲାଣି । ଆଜିର ୩୧ ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧,୬୫୪ ହେଲାଣି । ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୨୦, ୫୦୦ ହୋଇଥିବାବେଳେ ଏବେ ମଧ୍ୟ ୧,୬୫୮,୧୮୯ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୧,୩୫,୮୨୮ ଜଣ ମୃତ୍ୟୁ ବରଣ କଲେଣି । ତେବେ ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୧୫ ହଜାର ୭୬୬ ହୋଇଥିବାବେଳେ ଏବେ ବି ୪୬ ଲକ୍ଷ ୧୬ ହଜାର ୧୪୭ ଜଣ ଚିକିତ୍ସାଧୀନ ଅଛନ୍ତି । ବିଶ୍ୱରେ କରୋନା ଯୋଗୁଁ ଏଯାଏଁ ୫ ଲକ୍ଷ ୫୭ ହଜାର ୯୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କରୋନା କଲା ପୁଣି ନୁଆ ରେକର୍ଡ଼ : ଗୋଟିଏ ଦିନରେ ରାଜ୍ୟରେ ୭୫୫ ଆକ୍ରାନ୍ତ ଚିହ୍ନଟ
