ଆଜି ଗଞ୍ଜାମରେ ୨ ଟି, ଝାରସୁଗୁଡ଼ାରେ, ବାଲେଶ୍ୱର ଓ କେଉଁଝରରେ ୧ ଟି ଲେଖାଏଁ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୧୬୨ ରେ ପହଂଚିଲାଣି । ସେହିପରି ଆଜି କରୋନା ରୋଗର ଅବସ୍ଥିତିକୁ ନେଇ ରାଜ୍ୟ ସରକାର ରେଡ୍,ଅରେଞ୍ଜ ଓ ଗ୍ରୀନ୍ ଭାବେ ଘୋଷଣା କରିଛନ୍ତି । ରେଡ୍ ଭାବରେ ଘୋଷଣା କରିଥିବା ଜିଲ୍ଲା ଗୁଡ଼ିକ ହେଲା-ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରସନ୍ । ଅରେଞ୍ଜ ଭାବେ ଘୋଷଣା କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା-ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେଉଁଝର, ଦେଓଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ହୋଇଥିବାବେଳେ ବଳକା ଜିଲ୍ଲାଗୁଡ଼ିକୁ ଗ୍ରୀନ ଭାବେ ଘୋଷଣା କରିଛନ୍ତି ।
ରାଜ୍ୟରେ ଅରେଞ୍ଜ ଭାବେ ଅନେକ ନୂଆ ଜିଲ୍ଲା ସାମିଲ୍
