ନବଜାତ ଶିଶୁ କନ୍ୟା ଉଦ୍ଧାର

ବରଗଡ ଜିଲ୍ଲା ପାଇକମାଲ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର


ବରଗଡ଼ ଜିଲ୍ଲା ପାଇକମାଲ ଥାନା ଭେଙ୍ଗରାଜପୁର ପଂଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁଶୁମ ଗଛମୂଳରେ ଶିଶୁଟି ଥିଲା । ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ପିଲା ଆଜି ମଧ୍ୟାହ୍ନରେ ଶିଶୁୁଟିକୁ ଦେଖି ଗାଁକୁ ଆସି ଘର ଲୋକଙ୍କୁ କହିଥିଲେ । ପରେ ସେଠାକୁ ଯାଇ ସାବିତ୍ରୀ ଖର୍ସେଲ ଏବଂ ରାଜିନ ଖର୍ସେଲ ଶିଶୁଟିକୁ ଘରକୁ ଆଣିଥିଲେ । ଶିଶୁ କନ୍ୟାର ପିଠିରେ କାଇ କାମୁଡ଼ି ଦେଇଥିବା ଜଣାପଡ଼ିଛି । ସଂପୃକ୍ତ ଅଶାକର୍ମୀ ଆମ୍ବୁଲାନ୍ସରେ ଶିଶୁକନ୍ୟାଟିକୁ ନେଇ ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନାକୁ ନେଇଥିବା ପ୍ରକାଶ ।(ରିପୋର୍ଟ: ଗୋପବନ୍ଧୁ ଶିକା)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବଜାତ ଶିଶୁ କନ୍ୟା ଉଦ୍ଧାର