(୧୧/୯) ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବା ସହ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଦେଶରେ ୯୬,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୧୨୦୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହ ଦେଶରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୬୨, ୪୧୫ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୬୦୦୦ ରୁ ଅଧିକ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୩୯୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ ଖୋର୍ଦ୍ଧାର ୬୦୬, କଟକର ୩୫୪, ପୁରୀର ୨୭୯, ବାଲେଶ୍ୱରର ୨୦୯, ମୟୁରଭଞ୍ଜର ୧୬୦, ନବରଙ୍ଗପୁରର ୧୫୧, ଅନୁଗୁଳର ୧୩୮, କେନ୍ଦ୍ରାପଡ଼ାର ୧୩୦. ବଲାଙ୍ଗୀରର ୧୨୪, ଜଗତସିଂହପୁରର ୧୨୨, ଯାଜପୁରର ୧୧୯, ଭଦ୍ରକର ୧୧୨, ରାୟଗଡ଼ାର ୧୦୫, ନୁଆପଡ଼ାର ୧୦୩ ହୋଇଥିବାବେଳେ ବରଗଡ଼ର ୯୭, ବୋଦ୍ଧର ୩୯, ଦେବଗଡ଼ର ୧୦, ଢେଙ୍କାନାଳର ୮୭, ଗଜପତିର ୨୫, ଗଞ୍ଜାମର ୮୯, ଝାରସୁଗୁଡ଼ାର ୭୯, କଳାହାଣ୍ଡିର ୫୮, କନ୍ଧମାଳର ୪୭, କେନ୍ଦୁଝରର ୬୦, କୋରାପୁଟର ୯୩, ମାଲକାନଗିରିର ୪୭, ନୟାଗଡ଼ର ୭୭, ସମ୍ବଲପୁରର ୯୧, ସୁନ୍ଦରଗଡ଼ର ୮୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ୨୦୬ ଜଣଙ୍କ ବିଷୟରେ କୌଣସି ସବିଶେଷ ତଥ୍ୟ ସରକାର ଦେଇ ନାହାନ୍ତି । ଏହା ସହ ରାଜ୍ୟରେ ୧,୪୩,୧୧୭ ଜଣ ଚିହ୍ନଟ ହେବା ସହ ୩୪,୪୫୮ ଜଣ ଏବେ ବି ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।
ଆଜି ଦେଶରେ ୨୪ ଘଣ୍ଟା ଭିତରେ ପାଖାପାଖି ୧ ଲକ୍ଷ ଓ ରାଜ୍ୟରେ ୪୦୦୦ କରୋନା ଆକ୍ରାନ୍ତ ଚିହ୍ନଟ !
