୩ ଦିନର ପଚରାଉଚରା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ


(୦୮/୯) ଘଟଣାରେ ଅଭିଯୁକ୍ତ ଅନ୍ୟମାନଙ୍କ ବିବୃତି ଓ ହ୍ୱାଟସଆପ୍ ଚାଟକୁ ଭିତ୍ତି କରି ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ କୁହାଯାଇଛି । ଏହା ସହ ଏ ଘଟଣାରେ ୧୦ ଜଣ ଏଯାଏଁ ଗିରଫ ହୋଇଥିବା ଜଣାପଡ଼ିଛି । ରିୟାଙ୍କ ଭାଇ ସୋୱିକଙ୍କ ସମେତ ତାଙ୍କର ପୂର୍ବ ରୋଷେଇଆ ଦିପେଶ ସାୱନ୍ତ ଓ ତାଙ୍କର ପୂର୍ବ ହାଉସକିପର ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇଛନ୍ତି । ରିଆ ଗିରଫ ହେବା ଘଟଣା ତାଙ୍କ ପରିବାରକୁ ଜଣାଇ ଦିଆଯାଇଛି ବୋଲି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡାଇରେକ୍ଟର କେପିଏସ୍ ମାଲହୋତ୍ରା କହିଛନ୍ତି । ରିୟାଙ୍କ ଗିରଫଦାରି ଉପରେ ତାଙ୍କ ଓକିଲ ସତୀଶ ମାନେଶିନ୍ଦେ ପ୍ରତିକ୍ରିୟାରେ କହିଛନ୍ତି ଯେ, ରିୟାଙ୍କ ଗିରଫଦାରି ଘଟଣା ନ୍ୟାୟ ବ୍ୟବସ୍ଥାରେ ଅସମୀଚୀନ । ରିୟାକୁ ଜଣେ ଡ୍ରଗ ଆସକ୍ତ ଥିବା ବ୍ୟକ୍ତି ଭଲ ପାଉଥିବାରୁ ତଦନ୍ତ ଅଧିକାରୀମାନେ ତାଙ୍କ ପିଛାରେ ପଡ଼ିଗଲେ । ଜଣେ ଡ୍ରଗ ଆସକ୍ତ ଥିବା ବ୍ୟକ୍ତି ଯିଏ କି ମାନସିକ ରୋଗୀ ଭାବରେ ବେଆଇନ ଔଷଧ ସେବନ କରି ଆତ୍ମହତ୍ୟା କଲା ତା ପ୍ରେମରେ ପଡ଼ି ଥିବାରୁ ତିନୋଟି କେନ୍ଦ୍ରୀୟ ତଦନ୍ତ ବାହିନୀ ଜଣେ ଝିଅକୁ ଏତେ ପଚରାଉଚରା କଲେ । ରିୟାଙ୍କୁ ଦୀର୍ଘ ତିନି ଦିନ ହେଲା ପଚରାଉଚରା ଚାଲିଥିଲା । ଗତ ରବିବାର ଦିନ ତାଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଛଅ ଘଣ୍ଟା ପଚରାଉଚରା କରିଥିବାବେଳେ ସୋମବାର ଦିନ ଆଠ ଘଣ୍ଟା ପଚରାଉଚରା କରିଥିଲା । ମୁମ୍ବେ ପୋଲିସକୁ ସୁଶାନ୍ତ ସିଂ ରାଜପୁତଙ୍କ ବିରୋଧରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ରିୟାଙ୍କୁ ପୋଲିସ ଗିରଫ କରିଛି । ରିୟାଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ଦିଲ୍ଲୀର ଜଣେ ଡାକ୍ତର ତରୁଣ କୁମାର ମାନସିକ ରୋଗ ନିମନ୍ତେ ବେନାମୀ କାଗଜପତ୍ର ପ୍ରସ୍ତୁତ କରି ସୁଶାନ୍ତଙ୍କୁ ଔଷଧ ସେବନ କରିବାକୁ ଦେଇଥିଲେ । ମୁମ୍ବେ ପୋଲିସ ଉକ୍ତ ଅଭିଯୋଗ ଉପରେ ଏକ ଏଫଆଇଆର୍ ପଞ୍ଜିକରଣ କରିଛି । ପ୍ରିୟଙ୍କା ଓ ସୁଶାନ୍ତ ମଧ୍ୟରେ ହୋଇଥିବା ହ୍ୱାଟସଆପ୍ ଚାଟ ଅନୁସାରେ ଜୁନ ୮ ତାରିଖ ଦିନ ସେ ସୁଶାନ୍ତଙ୍କୁ ବେଆଇନ ଔଷଧ ସେବନ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ରିୟା ତାଙ୍କ ଅଭିଯୋଗରେ ଜଣାଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୩ ଦିନର ପଚରାଉଚରା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ