ହାଥରସ୍ ଘଟଣାରେ ନକ୍ସଲ ସମ୍ପର୍କ : ସନ୍ଦିଗ୍ଧ ମହିଳା ଜବଲପୁର ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର !


(୧୨/୧୦) ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ଭିନ୍ନ ରୂପ ଦେଇ ସରକାର ଖସି ଯିବାକୁ ଆପ୍ରାଣ ଉଦ୍ୟମ କରୁଥିବାବେଳେ ସରକାରଙ୍କ ସବୁ ଉଦ୍ୟମ ପଦାରେ ପଡ଼ିବାରେ ଲାଗିଛି । ଘଟଣାରେ କୌଣସି ଦୁଷ୍କର୍ମ ହୋଇ ନାହିଁ ବରଂ ଏହା ଏକ ହତ୍ୟାକାଣ୍ଡ ବୋଲି ଖୋଦ୍ ରାଜ୍ୟର ଏଡିଜି ପୂର୍ବରୁ ପ୍ରକାଶ କରିଥିବାବେଳେ ଜନସାଧାରଣ ଏହାକୁ ପ୍ରବଳ ବିରୋଧ କରିଥିଲେ । ଏହା ପରେ ଜିଲ୍ଲାପାଳ ଓ ସମଗ୍ର ପ୍ରଶାସନ ମିଶି ପୀଡ଼ିତାଙ୍କ ପରିବାର ଉପରେ ନାନା ପ୍ରକାର ଜୁଲମ୍ କରିବା ସହ ଟଙ୍କା ଓ ସରକାରୀ ଚାକିରୀ ଦେଇ ଘଟଣାକୁ ଦବାଇ ଦେବା ଲାଗି ଉଦ୍ୟମ ହୋଇଥିବା ଅଭିଯୋଗ ହେଲା । ଏହା ପରେ ଘଟଣାଦ୍ୱାରା ଉତ୍ତରପ୍ରଦେଶରେ ବ୍ୟାପକ ଦଙ୍ଗା କରି ସରକାରଙ୍କୁ ଅସ୍ଥିର କରିବା ଲାଗି ଉଦ୍ୟମ ହୋଇଛି ଓ ଏଥିରେ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୁହାଗଲା । ଏଥିପାଇଁ ଭୀମ ଆର୍ମି ସମେତ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ କାଠ ଗଡ଼ାରେ ଛିଡ଼ା କରାଗଲା । ସୁଦୂର ମରିସସ୍‌୍‌ରୁ ଏଥିଲାଗି ୧୦୦ କୋଟି ଟଙ୍କା ଆସିଥିବା ଅଭିଯୋଗ ଉଠିଲା । ଭୀମ ଆର୍ମି ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାକୁ ଅସ୍ୱୀକାର କଲା । ଏହାରି ଭିତରେ ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା ପୀଡ଼ିତାଙ୍କ ପରିବାରର କେହି ଜଣେ ଭାଉଜ ସେଠାକୁ ଆସିଥିଲେ ଓ ସେ ଓଢ଼ଣି ଦେଇ ଘରେ ଥିଲେ ବୋଲି ଖବର ପ୍ରଚାର କରାଗଲା । ଏହାରି ଭିତରେ ପୀଡ଼ିତାଙ୍କ ପରିବାରକୁ ଯାଇଥିବା ମହିଳା ଡାକ୍ତର ରାଜକୁମାରୀ ବଂଶଲ କହିଛନ୍ତି ଯେ, ସେ ପୀଡ଼ିତା ପରିାବାରର କୌଣସି ସମ୍ପର୍କୀୟ ନୁହନ୍ତି, ବରଂ ସେ ମାନବିକତା ଦୃଷ୍ଟିରୁ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ସେ ଜବଲପୁର ମେଡିକାଲ କଲେଜରେ ସହକାରୀ ପ୍ରାଧ୍ୟାପକ ଭାବେ କାମ କରନ୍ତି ଓ ଦୁର୍ଦ୍ଦିନ ସମୟରେ ସେ ଆରମ୍ଭରୁ ଲୋକଙ୍କ ସହ ଛିଡ଼ା ହୋଇ ଆସିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ଆବଶ୍ୟକ ହେଲେ ସେ ଚାକିରୀ ଛାଡ଼ି ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବେ ବୋଲି କହିଛନ୍ତି । ତେବେ ସରକାରଙ୍କ ସବୁ କୌଶଳ ଏବେ ପଦାରେ ପଡ଼ିବାରେ ଲାଗିଲାଣି ଓ ପୂର୍ବାପେକ୍ଷା ସରକାରଙ୍କ ପାଇଁ ଅଧିକ ସମସ୍ୟା ଦେଖା ଦେଲାଣି । ଏବେ ଘଟଣାକୁ ନେଇ ଭୀମ ଆର୍ମି ବିରୁଦ୍ଧରେ ମନଗଢ଼ା କଥା ପ୍ରଚାରର କରିଥିବାରୁ ନ୍ୟୁଜ ୧୮ ଇଣ୍ଡିଆ, ଜୀ ନ୍ୟୁଜ୍ ସମେତ କେତେକ ନ୍ୟୁଜ ଚ୍ୟାନେଲକୁ ସଂଗଠନ ପକ୍ଷରୁ ୧୦୦ କୋଟି ଟଙ୍କାର ସମ୍ପର୍କୀତ ନୋଟିସ ପଠାଯାଇଥିବା ସୂଚନା ମିଳିଛି । ତେବେ ଆଜି ଲକ୍ଷ୍ନୌ କୋର୍ଟରେ ପୀଡ଼ିତା ପରିବାରର ସଦସ୍ୟମାନେ ବୟାନ ଦେବାକୁ ଥିବାରୁ ପୋଲିସ ବଳ ସହ ଜିଲ୍ଲାପାଳ ଓ ଏସପି ତାଙ୍କ ସାଙ୍ଗରେ ଯାଇଛନ୍ତି । ତେବେ ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହାଥରସ୍ ଘଟଣାରେ ନକ୍ସଲ ସମ୍ପର୍କ : ସନ୍ଦିଗ୍ଧ ମହିଳା ଜବଲପୁର ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର !