ମାଟ୍ରିକ ପରୀକ୍ଷା ପାସ୍ ହାର ତୁଳନାରେ ବଲାଙ୍ଗୀରରେ ନବଜୀବନ ଆଗରେ!


(୩୦/୭) ଗତକାଲି ରାଜ୍ୟର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ଏ ବର୍ଷ ପ୍ରାୟ ୬% ଫଳାଫଳ ଅଧିକ ଭଲ ହୋଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ଭଲ କରି ୮୧.୯୮% ପାସ୍ ହୋଇଥିବାବେଳେ ଛାତ୍ରମାନେ ୭୭.୮୦% ପାସ୍ ହୋଇଛନ୍ତି । ଏ ବର୍ଷ ମୋଟ ୧୨୭୯ ଜଣ ଛାତ୍ରଛାତ୍ରୀ ୯୦% ଉପରେ ମାର୍କ ରଖିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାରେ ପାସ ହାର ୭୨.୫୬% ଥିବାବେଳେ ବଲାଙ୍ଗୀରର ୭ ଟି ସ୍କୁଲକୁ ପଛରେ ପକାଇ ନବଜୀବନ ବିଦ୍ୟାପୀଠ ୭୮.୮୭% ପାସ୍ ହାର ସହ ‌ପ୍ରଥମ ସ୍ଥାନରେ ରହିଥିବା ସ୍କୁଲର ପ୍ରଧାନ ଶିକ୍ଷକ ଜଣାଇଛନ୍ତି । ତା ପଛକୁ ଟାଉନ୍ ଉଚ୍ଚ ବାଳିକା ବିଦ୍ୟାଳୟର ୭୭.୮୮%, ପୃଥ୍ୱିରାଜ ହାଇସ୍କୁଲର ୭୩%, ପୋଲିସ୍ ହାଇସ୍କୁଲର ୭୨.୪୬%, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୭୨.୩୬%, ରାମଗୋପାଳ ହିନ୍ଦୀ ହାଇସ୍କୁଲର ୬୬.୬୬%, ପତିତପାବନ ଏକାଡେମୀର ୬୦.୪୯% ଓ ଟାଉନ୍ ହାଇସ୍କୁଲର ୫୦% ଛାତ୍ରଛାତ୍ରୀ ପାସ ହୋଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମାଟ୍ରିକ ପରୀକ୍ଷା ପାସ୍ ହାର ତୁଳନାରେ ବଲାଙ୍ଗୀରରେ ନବଜୀବନ ଆଗରେ!