(୧୭/୯) ପ୍ରଧାନମନ୍ତ୍ରୀଙ୍କ ଆଜି ୭୦ ତମ ଜନ୍ମ ଦିବସ ଅବସରରେ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭ କାମନା ଜଣାଇଛନ୍ତି । ହେଲେ ଦେଶର ଅନେକ ଯୁବାଯୁବତୀଙ୍କ ସମେତ ପ୍ରାପ୍ତ ବୟସ୍କ ଲୋକେ ମଧ୍ୟ ଏହି ଦିବସଟିକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ବୋଲି କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨ କୋଟି ରୋଜଗାର ଦେବାକୁ ପ୍ରତିଶୃତି ଦେଇଥିବାବେଳେ ଏବେ ଭାରତର ୬୩% ଗ୍ରାଜୁଏଟ୍ ଯୁବାଯୁବତୀ ବେରୋଜଗାର । ୧୨ କୋଟିରୁ ଅଧିକ ଲୋକ ରୋଜଗାର ହରାଇଥିବାବେଳେ ଦେଶର ଜିଡିପି ମଧ୍ୟ -୨୩.୯ ରେ ପହଂଚି ଯାଇଛି ବୋଲି ଲୋକେ ସୋସିଏଲ ମିଡିଆରେ ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୧୦ କୁ ‘ରାଷ୍ଟ୍ରୀୟ ରୋଜଗାର ଦିବସ’ ବୋଲି କୁହାଯାଉଥିବାବେଳେ ଆଜି ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ବୋଲି ଲୋକେ ପ୍ରତିବାଦ କରୁଥିବାରୁ ଯୁବାଯୁବତୀଙ୍କ ମନରେ ଆକ୍ରୋଶ ମନୋଭାବ ତୀବ୍ର ହେବାରେ ଲାଗିଲାଣି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିବସକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ଭାବେ ଯୁବାଯୁବତୀଙ୍କ ପ୍ରତିବାଦ !
