ନବରଙ୍ଗପୁରରେ ଜାତୀୟ ପ୍ରେସ ଦିବସ ପାଳିତ, ସାମ୍ବାଦିକମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ !

(୧୬/୧୧)-ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନଠାରେ ଓୟୁଜେ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହେଇଯାଇଛି। ଓୟୁଜେ ସଭାପତି ସୁଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲା ସଂସ୍କୃତି ଭବନ ଅଧିକାରୀ ହଳଧର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ଭାଷଣରେ ସାମ୍ବାଦିକ ମାନଙ୍କ କାର୍ଯ୍ୟ କଳାପକୁ ଭୁୟସୀ ପ୍ରଶଂସା କରି ଲୁକ୍କାୟିତ ପ୍ରତିଭା ଓ ଦୃଷ୍ଟିଗୋଚର ହୋଇ ପାରୁନଥିବା କାର୍ଯ୍ୟକଳାପକୁ ସରକାରଙ୍କ ଦୃଷ୍ଟିକୁ ଆଣି ଲୋକଙ୍କ ସୁବିଧା ଅସୁବିଧାରେ ସହଯୋଗ କରୁଛନ୍ତି ବୋଲି କହିଥିଲେ ଓ ସେମାନଙ୍କୁ କରୋନା ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସାମ୍ବାଦିକ ମାନଙ୍କୁ କରନା ଯୋଦ୍ଧା ବୋଲି ଆଖ୍ୟା ଦେଇଥିଲେ। ସେପଟେ ବର୍ଷକୁ ଥରେ ସାମ୍ବାଦିକମାନଙ୍କ ପର୍ବ ଜାତୀୟ ପ୍ରେସ ଦିବସ ଆସୁଥିବାରୁ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ନବରଙ୍ଗପୁରରେ ସରକାରୀ ସ୍ତରରେ ଏହି ଜାତୀୟ ପ୍ରେସ ଦିବସ ପାଳନ କରିବାକୁ ଆଶା କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଏହି ଦିବସକୁ କରୋନାର ଭୟ ଦେଖାଇ ୱେବ ପୋର୍ଟାଲ ମାଧ୍ୟମରେ ପାଳନ କରିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିବାରୁ ନବରଙ୍ଗପୁର ଓୟୁଜେ ଦୁଃଖ ପ୍ରକାଶ କରିଛି। ଅଧିକନ୍ତୁ ଏହି ଦିନରେ ନବରଙ୍ଗପୁର ଜିଲ୍ଲାରେ ଜିଲାପରିଷଦ ବୈଠକ କରିବାକୁ ସ୍ଥିର ହେଇଥିବାରୁ ଜିଲ୍ଲାପାଳ ନବରଙ୍ଗପୁର ସାମ୍ବାଦିକମାନଙ୍କୁ ଅଣଦେଖା କରି ପ୍ରେସ ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରିବାକୁ ବାରଣ କରିଛନ୍ତି ବୋଲି ନବରଙ୍ଗପୁର ଓୟୁଜେ ସଭାପତି ସୁଶାନ୍ତ ବେହେରା କହିଛନ୍ତି। ଏହିଭଳି ବୈମାତୃକ ମନୋଭାବ କେତେ ଦୂର ଯୁକ୍ତିଯୁକ୍ତ ବୋଲି ମଧ୍ୟ ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି। ଏହି ଅବସରରେ ସାମ୍ବାଦିକ ମାନଙ୍କ ସୁବିଧା ଅସୁବିଧା ଆଗକୁ ନେଉଥିବାରୁ ମୁଖ୍ୟ ଅତିଥି ହଳଧର ନିଆଳଙ୍କୁ ଓୟୁଜେ ପକ୍ଷରୁ ଦାବିପତ୍ର ସହ ଉପଢୌକନ ଦିଆଯାଇଥିଲା। ଏହି ବୈଠକରେ ସୁଶାନ୍ତ ବେହେରାଙ୍କ ସମେତ ଉପସଭାପତି କିଶୋର ପଟ୍ଟନାୟକ, ସମ୍ପାଦକ ପି.ପ୍ରକାଶ, ରବି ପଟ୍ଟନାୟକ, ରାମ ଦଳେଇ, ନବଘନ ବିଷୋୟୀଙ୍କ ସହ ଓୟୁଜେ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବରଙ୍ଗପୁରରେ ଜାତୀୟ ପ୍ରେସ ଦିବସ ପାଳିତ, ସାମ୍ବାଦିକମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ !