(୩୧/୮) ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ଦେହାନ୍ତ ପାଇଁ ଭାରତ ସରକାର କ୍ଷୋଭ ପ୍ରକାଶ କରିବା ସହ ଅଗଷ୍ଟ ୩୧ ରୁ ଆଗାମୀ ୬ ସେପ୍ଟେମ୍ବର ଯାଏଁ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିୟମିତ ଭାବେ ଜାତୀୟ ପତାକା ଉଡ଼ୁଥିବା କୋଠାବାଡ଼ିରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବାକୁ କେନ୍ଦ୍ର ଗୃହ ବିଭାଗ ନିର୍ଦ୍ଦେଶ ଜାରି କରିଛି । ଏହି ସମୟ ମଧ୍ୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଶବସତ୍କାର ନିମନ୍ତେ ସମୟ, ତାରିଖ ଓ ସ୍ଥାନ ପରେ ଜଣାଇ ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।
୬ ତାରିଖଯାଏଁ ଜାତୀୟ ପତାକା ଅର୍ଦ୍ଧନମିତ ରଖିବାକୁ ଗୃହ ବିଭାଗର ନିର୍ଦ୍ଦେଶ
