(୨୪/୭) କେବିକେ ଅଂଚଳରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଡାକ୍ତରଖାନା ସମେତ ମେଡିକାଲ କଲେଜମାନଙ୍କରେ ମଞ୍ଜୁରୀପ୍ରାପ୍ତ ଶତାଧିକ ପଦବୀ ଖାଲି ରହିଛି । ଏକ ମହାମାରୀ ସମୟରେ ଲୋକଙ୍କୁ ସରକାରର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ନ ଦେବା ଏକ ଅପରାଧମୁଳକ ଅବହେଳା ଅଟେ । ଏଣୁ ଖାଲି ପଡ଼ିଥିବା ଏ ସମସ୍ତ ପଦବୀ ଶୀଘ୍ର ପୂରଣ କରିବାକୁ ବଲାଙ୍ଗୀର ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବୀ ଜଣାଇଛନ୍ତି ।
କେବିକେ ଅଂଚଳରେ ଖାଲିଥିବା ମେଡିକାଲ ପଦବୀ ଶୀଘ୍ର ପୂରଣ ପାଇଁ ନରସିଂହଙ୍କ ଦାବୀ
