Skip to content
(୨୧/୧୨) -ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।ଦଶ ବର୍ଷର ଝିଅ ପରୀର ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହେଇଥିବାବେଳେ ପରୀକୁ ନ୍ୟାୟ ଦାବିରେ ଆଗକୁ ଆସିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ। ସାରା ରାଜ୍ୟରେ ପରୀ ଭଳି ଆଉ ୫୦୫୦ ଜଣ ନିରୀହ ଶିଶୁ ମୃତ୍ୟୁ ରହସ୍ୟ କଂଗ୍ରେସ ହାତରେ ଧରାପଡିବା ପରେ ଏହାର ଖୋଳତାଳ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛି। ଯଦି ଆଗାମୀ ଦିନରେ ପରୀ ସହ ମୃତ ନିରୀହ ଶିଶୁ ମାନଙ୍କୁ ନ୍ୟାୟ ନ ମିଳେ ତେବେ କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି। ନବରଙ୍ଗପୁର ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ପୂର୍ବତନ ବିଧାୟକ ସଦନ ନାୟକ, ସମ୍ପାଦକ ମିଟୁ ପାତ୍ର, ଦିଲୀପ ବେହେରା, ସୁମିତ ପୂଜାରୀ, ଅଖିଳ ଭତ୍ରା, ମହିଳା ସଭାନେତ୍ରୀ ପି. ନାଗାରତ୍ନମ, ଅବଦୁଲ ଫିରୋଜ ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ : – ବାବୁଲି ଗଣ୍ଡ)
Advertisement