ପାପଡ଼ାହାଣ୍ଡି ବ୍ଲକ ପାତ୍ରି ପଂଚାୟତରେ ଫେରନ୍ତା ଶ୍ରମିକମାନଙ୍କୁ କ୍ୱାରେନଟାଇନରେ ରଖିବା ପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି । ଜିଲ୍ଲାପାଳ କ୍ଷମତା ପାଇଲା ପରେ ସ୍ଥାନୀୟ ସରପଂଚ ଯଦୁ ନାୟକ ଏକ୍ସନ ମୁଡରେ ଆସି ସକାଳୁ ଘରୁ ବାହାରି ଗାଁମାନଙ୍କରେ ଯାଇ ସେବା ଯୋଗାଇ ଦେଉଛନ୍ତି । ଆଜିଯାଏଁ ପ୍ରାୟ ୮୦ ଜଣ ଶ୍ରମିକ ଘରକୁ ଫେରିବା ପାଇଁ ପଞ୍ଜିକୃତ କରିଥିବାବେଳେ ସେମାନଙ୍କ ରହିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସରପଂଚ ଶ୍ରୀ ନାୟକ କହିଛନ୍ତି ।
ଏକ୍ସନ୍ ମୁଡରେ ନବବରଙ୍ଗପୁର ପାତ୍ରୀ ସରପଂଚ ଯଦୁ ନାୟକ
