ବିଧାୟକ ସଦାଶିବ ପ୍ରଧାନୀଙ୍କ ଦ୍ୱାରା ଖରିଫ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ।


(୦୧/୧୨) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ସମବାୟ ସମିତି ଠାରେ ଖରିଫ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନ ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ। ୮ ଟି ପଂଚାୟତକୁ ନେଇ ଅଂଚଳଗୁମ୍ମା ସମବାୟ ସମିତି ଥିବାବେଳେ ଗୁରୁବାର ଓ ଶନିବାର ଦିନ ଅଂଚଳଗୁମ୍ମା ମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁଶୀଲ କୁମାର ମହାପାତ୍ର କହିଛନ୍ତି।ଚଳିତ ବର୍ଷ ‘କ’ ଶ୍ରେଣୀର ଧାନର ସହାୟକ ମୂଲ୍ୟ ୧୮୮୮ ଟଙ୍କା ଥିବାବେଳେ ‘ଖ’ ଶ୍ରେଣୀର ଧାନର ମୂଲ୍ୟ ୧୮୬୮ ରହିଛି। ବର୍ଷ ସାରା ଚାଷୀମାନେ ପରିଶ୍ରମ କରୁଛନ୍ତି ତେଣୁ ତାଙ୍କ ପରିଶ୍ରମ ଫୋଳ ଯେପରି ପାଇ ପାରିବେ।କୌଣସି ଚାଷୀ ଧାନ ବିକ୍ରି କରିବାରୁ ବାଦ ପଡ଼ିବେନି ବୋଲି କହିବା ସହ ଉଚିତ ମୂଲ୍ୟରେ ଧାନ ବିକ୍ରି କରି ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଲ୍ୟାମ୍ପସ କର୍ମଚାରୀଙ୍କୁ ବିଧାୟକ ତାଗିଦ କରିଥିଲେ।ସେପଟେ ଏବର୍ଷ ଚାଷୀ ଧାନ ବିକ୍ରି କରିବାରେ ସମସ୍ତ ପ୍ରକାର ସୁବିଧା କରାଯାଇଛି ବୋଲି ଅଂଚଳଗୁମା ଲାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁଶୀଲ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏଠାରେ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀଙ୍କ ସମେତ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ, ତହସିଲଦାର ପ୍ରଦୀପ କର, ଏହି ଅଞ୍ଚଳର ଚାଷୀ ଭାଇ ମାନେ, ମିଲରସ ଓ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଧାୟକ ସଦାଶିବ ପ୍ରଧାନୀଙ୍କ ଦ୍ୱାରା ଖରିଫ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ।