ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ବ୍ଲକର ଏସ୍.କେରାଗାଁ ଗ୍ରାମର ଦୁଇ ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ହାଇଦ୍ରାବାଦଠାରେ ଘଟିଛି ଏକ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ ଉକ୍ତ ଶ୍ରମିକ ଦ୍ୱୟ ଦୁଇ ମାସ ପୂର୍ବେ ହାଇଦ୍ରାବାଦର ଏକ କନଷ୍ଟ୍ରକସନ୍ କମ୍ପାନୀରେ କାମ କରିବାକୁୁ ଯାଇଥିଲେ । କୌଣସି କାରଣକୁ ନେଇ ଦୁଇଜଣ ଶ୍ରମିକ ଯଥା ଏସ୍.କେରାଗାଁ ନିବସୀ ଜୟରାମ ରାଉତ ଏବଂ ଚାଲାହାଣ୍ଡି ନିବାସୀ ମୁକୁନ୍ଦ ରନ୍ଧାରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଅଭିଯୁକ୍ତ ମୁକୁନ୍ଦ ରନ୍ଧାରୀ ଜୟରାମ ରାଉତକୁ ହତ୍ୟା କରି ଫେରାର୍ ହୋଇ ଯାଇଛି । ହାଇଦ୍ରାବାଦ ପୋଲିସ୍ ଏ ନେଇ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରି ଗ୍ରାମର କେତେକ ଶ୍ରମିକଙ୍କ ସହ ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ଭିଟାମାଟି ଏସ୍.କେରାଗାଁ ପଠାଇ ଦେଇଛନ୍ତି । ଓଡ଼ିଶା ପୋଲିସ୍ ଏବଂ ପ୍ରଶାସନ ଆମ୍ବୁଲାନ୍ସରେ ଆସିଥିବା ଶ୍ରମିକମାନଙ୍କୁ ନିକଟସ୍ଥ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦେଇଥିବାବେଳେ କରୋନା ଭୂତାଣୁର ଭୟାବହତାକୁ ନଜରରେ ରଖି ଶବର ଅନ୍ତିମ କାର୍ଯ୍ୟ କରିବା ପାଇଁ କୋଶାମଗୁମୁଡ଼ା ପୋଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
ହାଇଦ୍ରାବାଦ କ୍ୱାରେଣ୍ଟାଇନ କେନ୍ଦ୍ରରେ ଓଡ଼ିଆ ଶ୍ରମିକଙ୍କ ହତ୍ୟାକାଣ୍ଡ
