ଲୋଇସିଂହା ଥାନା ଅଂଚଳରେ ୨୦ ବର୍ଷର ବିବାହିତା ମହିଳାଙ୍କୁୁ ହତ୍ୟା!


ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ଜଣେ ବିବାହିତା ମହିଳାଙ୍କୁୁ ତାଙ୍କ ସ୍ୱାମୀ ଓ ପରିବାରବର୍ଗ ମିଶି ହତ୍ୟା କରିଥିବା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ମୃତକ ଝିଅର ବାପା କୁନ୍ଦ ବରିହାଙ୍କ ରିପୋର୍ଟ ଅନୁସାରେ ତାଙ୍କ ଝିଅ ସୁବାସିନିି ବରିହାଙ୍କୁ ଆଗଲପୁର ବ୍ଲକ ଇଂସା ଗ୍ରାମର ଛତ୍ରପତି ଶିବାଜୀ ବରିହାଙ୍କୁ ବିବାହ ଦେଇଥିଲେ । ତେବେ ତାଙ୍କ ଝିଅଙ୍କୁ ସ୍ୱାମୀ ଛତ୍ରପତି ଓ ତାଙ୍କ ପରିବାରର ସମସ୍ତେ ମିଶି ହତ୍ୟା କରିଥିବା ସେ ଥାନାରେ ଏତଲା ଦେଇଛନ୍ତି । ଏ ସମ୍ପର୍କରେ ଥାନା ପକ୍ଷରୁ ଶବକୁୁ ଜବତ କରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଥାନା କେଶ ନଂ.୧୬୪/୨୦ ରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮-ଏ/୩୦୪-ବି/୩୦୨/୩୪ ଆଇପିସି/୪ଡିପି ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁୁ ଆସିବ ବୋଲି ଥାନା ପକ୍ଷରୁ ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲୋଇସିଂହା ଥାନା ଅଂଚଳରେ ୨୦ ବର୍ଷର ବିବାହିତା ମହିଳାଙ୍କୁୁ ହତ୍ୟା!