ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ପାଇଁ ସମ୍ବିତ ପାତ୍ର ଓ ଟେଲିଭିଜନ କର୍ତ୍ତୃପକ୍ଷଙ୍କ ନାମରେ ଏକାଧିକ ଥାନାରେ ଏତଲା !


(୧୪/୮)ଟେଲିଭିଜନ ଚ୍ୟାନେଲର ବିତର୍କରେ ଭାଗ ନେବା ପରେ ପରେ କଂଗ୍ରେସ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଘଟଣା ଏବେ ଜୋର ଚର୍ଚ୍ଚା ଧରିଛି । ସ୍ୱର୍ଗତ ତ୍ୟାଗୀଙ୍କ ପତ୍ନୀ ଏକ ଭିଡିଓରେ ବିଜେପି ପ୍ରବକ୍ତା ସନ୍ଦୀପ ପାତ୍ରଙ୍କୁ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀ ବୋଲି ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ, ମୃତ୍ୟୁର କିଛି ସମୟ ପୂର୍ବରୁ କହିଥିଲେ ଯେ-ଏମାନେ ମତେ ମାରିଦେଲେ । ସ୍ୱର୍ଗତ ତ୍ୟାଗୀଙ୍କ ପତ୍ନୀ କହିଛନ୍ତି ଯେ, ସମ୍ବିତ ପାତ୍ର ତାଙ୍କ ସ୍ୱାମୀଙ୍କୁ ତିନି-ଚାରି ଥର ଜୟଚନ୍ଦ କହିଲେ । ଘଟଣା ସମ୍ପର୍କରେ ଏହି ବିତର୍କ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଜେପି ପ୍ରବକ୍ତା ଶ୍ରୀ ପାତ୍ର, ନ୍ୟୁଜ ଚ୍ୟାନେଲ୍‌ର ପ୍ରମୋଟର ଓ କାର୍ଯ୍ୟକ୍ରମର ଏଙ୍କରଙ୍କ ନାମରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏତଲା ଦିଆଯାଇଛି । ଏତଲାକାରୀ ଉତ୍ତର ପ୍ରଦେଶର କଂଗ୍ରେସର ପ୍ରବକ୍ତା ଅଂଶୁ ଅବସ୍ଥି କହିଛନ୍ତି ଯେ, ଟିଭି ଚ୍ୟାନେଲରେ ବିତର୍କ ବିଷୟର ବାହାରେ ବ୍ୟକ୍ତିଗତ ଟିପ୍ପଣୀ ମଧ୍ୟ ଶ୍ରୀ ପାତ୍ର ଦେଇଥିଲେ । ସେ ଶ୍ରୀ ତ୍ୟାଗୀଙ୍କୁ ଜୟଚନ୍ଦ କହିବା ସହ କପାଳରେ କେହି ତିଲକ ଲଗାଇଦେଲେ ହିନ୍ଦୁ ହୋଇଯାଏନି ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି । ଏଥିଯୋଗୁଁ ଶ୍ରୀ ତ୍ୟାଗୀଙ୍କ ହୃଦଘାତ ହୋଇ ମୃତ୍ୟୁ ହୋଇଗଲା ବୋଲି ସେ କହିଛନ୍ତି । କେବଳ ଲକ୍ଷ୍ନୌରେ ନୁହେଁ, ଉତ୍ତର ୍‌ପ୍ରଦେଶର ଯୁବ କଂଗ୍ରେସର ମହାସଚିବ ଶରଦ ଶୁକ୍ଳା ମଧ୍ୟ ଅଯୋଧ୍ୟାର ଥାନାରେ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଏକ ରିପୋର୍ଟ ଦେଇଛନ୍ତି । ଏଥିମଧ୍ୟରେ କେନ୍ଦ୍ର ସରକାର ଟେଲିଭିଜନ ବିତର୍କରେ ଶାଳୀନତା ରକ୍ଷା କରିବା ନେଇ ହସ୍ତକ୍ଷେପ କରିବାକୁ କଂଗ୍ରେସ ପ୍ରବକ୍ତା ଜୟବୀର ସେରଗଲ ଦାବୀ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ପାଇଁ ସମ୍ବିତ ପାତ୍ର ଓ ଟେଲିଭିଜନ କର୍ତ୍ତୃପକ୍ଷଙ୍କ ନାମରେ ଏକାଧିକ ଥାନାରେ ଏତଲା !