(୦୯/୭) ଉତ୍ତର ପ୍ରଦେଶର କାନପୁରରେ ଜଣେ ଡିଏସ୍ପି, ଜଣେ ଥାନାବାବୁ. ୩ ଜଣ ପୋଲିସ୍ ଏସ୍ଆଇଙ୍କ ସମେତ ୮ ଜଣଙ୍କୁ ହତ୍ୟା କରିଥିବା କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ମଧ୍ୟ ପ୍ରଦେଶର ଉଜ୍ଜେନର ଏକ ମନ୍ଦିର ପରିସରରୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ତେବେ କିଛିଦିନ ତଳେ ସେ ହରିଆଣାର ଫରିଦାବାଦରେ ଥିବା ଜଣା ପଡ଼ିଥିବାବେଳେ ଦୁଇଟି ରାଜ୍ୟର ପୋଲିସର ଆଖିରେ ଧୂଳି ଦେଇ କିପରି ଏଠାକୁ ପହଂଚିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉତ୍ତରପ୍ରଦେଶ ପୋଲିସ୍ କାଳେ ତାର ଏନକାଉଣ୍ଟର କରିଦେବ ସେଥିପାଇଁ କୌଶଳକ୍ରମେ ଏଠାକୁ ସେ ଆସିଥିବା ସନ୍ଦେହ ହେଉଛି । ତେବେ ବିକାଶ ଦୁବେକୁ ଗ୍ୟାଙ୍ଗଷ୍ଟାର ଭାବେ ଗଢ଼ିବାରେ କାହାର ଭୂମିକା ରହିଛି ଓ ସେ କିପରି ଏତେ ଦୂରକୁ ଖସି ଆସିବାରେ ସକ୍ଷମ ହେଲା, ତାହା ଏବେ ତାକୁ ପଚରାଉଚରା ପରେ ଜଣାପଡ଼ିବ । ସୂଚନାଯୋଗ୍ୟ ଯେ, ଏହି ବିକାଶ ଦୁବେକୁ ଧରିବାରେ ୫ଟି ରାଜ୍ୟର ୧୦୦ ଟି ପୋଲିସ୍ ଟିମ୍ ଦିନରାତି କସରତ କରୁଥିଲେ ।
ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଉଜ୍ଜେନରୁ ଗିରଫ୍
