ରାମ ମନ୍ଦିର ନିର୍ମାଣ କରିବାକୁ ୨୦୦୦ ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯିବ !

(୦୬/୮) ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି, ଯେଉଁଠାରେ କି ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ ବୋଲି ହିନ୍ଦୁ ଧର୍ମର ଲୋକେ ବିଶ୍ୱାସ କରନ୍ତି । ତେବେ ଏହି ରାମ ମନ୍ଦିରକୁ ନେଇ ଅତୀତରେ ଅନେକ ବିବାଦ ହୋଇଥିବାର ନଜୀର ରହିଛି । ୧୯୯୨ ମସିହାରେ ସେ ପାଖରେ ଥିବା ୪୦୦ ବର୍ଷ ପୁରୁଣା ଏକ ମସଜିଦ୍‌କୁ ଗୋଟିଏ ଗୋଷ୍ଠୀ ପକ୍ଷରୁୁ ବିଧ୍ୱସ୍ତ କରି ଦିଆଗଲା, ଫଳରେ ସେଠାରେ ହୋଇଥିବା ଦଙ୍ଗା ଯୋଗୁଁ ପ୍ରାୟ ୨୦୦୦ ଲୋକଙ୍କ ଜୀବନ ଯାଇଥିଲା । ସର୍ବୋଚ୍ଚ ଅଦାଲତ ନଭେମ୍ବର ୨୦୧୯ ରେ ଦେଇଥିବା ଏକ ଆଦେଶ ମୁତାବବ ମନ୍ଦିର ନିର୍ମାଣ ହେବାକୁ ଥିବା ବିବାଦୀୟ ଜମିଟି ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା । ଏହା ପୂର୍ବରୁ ଏହି ଜମି ଉପରେ ଉଭୟ ମୁସଲିମ ଓ ହିନ୍ଦୁ ଧର୍ମର ଲୋକେ ଅଧିକାର ଜାହିର କରୁଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ନିର୍ମାଣର ଭିତ୍ତି ପ୍ରସ୍ତରକୁ ଅନାବରଣ କରିଥିଲେ । ଏହି ଅବସରରେ ରାମ ମନ୍ଦିର ଟ୍ରଷ୍ଟ ସଭାପତି ମହନ୍ତ ନିତ୍ୟ ଗୋପାଳ ଦାସ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ । ପରମ୍ପରା ଅନୁଯାୟୀ ଏହି ମନ୍ଦିର ସ୍ଥାପନ ନିମନ୍ତେ ବିଭିନ୍ନ ଅଂଚଳର ୨୦୦୦ ଟି ତୀର୍ଥକ୍ଷେତ୍ରରୁ ମାଟି ଓ ୧୦୦ ଟି ନଦୀରୁ ପାଣି ଅଣା ୍‌ଯାଇଥିବା ଜଣାପଡ଼ିଛି । ତେବେ ଆର୍ନ୍ତଜାତୀୟ ସମୁଦାୟ ସହ ସୁବିଧାରେ ଯୋଗାଯୋଗ ନିମନ୍ତେ ସରକାର ଖୁବ ଶୀଘ୍ର ଅଯୋଧ୍ୟାରେ ଏକ ଆର୍ନ୍ତଜାତୀୟ ବିମାନ ବନ୍ଦର ସ୍ଥାପନ କରିବାକୁ ଯୋଜନା ରହିଛି । ପୂର୍ବରୁ କେନ୍ଦ୍ରର ମୋଦି ସରକାର ଏଠାରେ ଥିବା ରେଳଷ୍ଟେସନର ଆଧୁନିକୀକରଣ ନିମନ୍ତେ ୧୦୦ କୋଟି ଟଙ୍କା ମଞ୍ଜୁର କରି ସାରିଛନ୍ତି । ଏପରିକି ସେଠାରେ ୩୦୦୦ ରୁ ୪୦୦୦ ଟି ବସ ରହିବା ନିମନ୍ତେ ଏକ ଆନ୍ତଃରାଜ୍ୟ ଟର୍ମିନସ୍ କରିବା ପ୍ରସ୍ତାବ ମଧ୍ୟ ରହିଛି । କିଛି ଦିନ ଭିତରେ ସେଠାରେ ପଞ୍ଚ ତାରକା ହୋଟେଲ ଓ ରିସୋର୍ଟ ଦେଖିବାକୁ ମିଳିବ ବୋଲି ମଧ୍ୟ ଜଣାପଡ଼ିଛି । ଆଖପାଖରେ ଥିବା ୪୨ ଟି ଗ୍ରାମକୁ ଅଯୋଧ୍ୟା ସହ ମିଶାଇବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଓ ଏହି ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ୨୦୦୦ ରୁ ଅଧିକ ଶ୍ରମିକଙ୍କୁୁ ନିୟୋଜିତ କରିବେ ବୋଲି ଜଣାପଡ଼ିଛି । ଗତ ବୁଧବାର ଦିନ ମନ୍ଦିର ନିର୍ମାଣ ନେଇ ସ୍ଥାନୀୟ ଜିଲ୍ଲାପାଳ ଶ୍ରୀ ଏମ୍‌ପି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାମ ମନ୍ଦିର ନିର୍ମାଣ କରିବାକୁ ୨୦୦୦ ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯିବ !