ମୋଦିଙ୍କ ସର୍ବୋଚ୍ଚ ସୌର ଶକ୍ତି ସମ୍ପନ୍ନ କେନ୍ଦ୍ର ଉଦଘାଟନ ଦାବୀ ମିଥ୍ୟା ପ୍ରମାଣିତ ହେଲା !


(୧୩/୭) ଗତ କିଛିଦିନ ତଳେ ୭୫୦ ମେଗାୱାଟ ସମ୍ପନ୍ନ ଏସିଆ ମହାଦେଶର ସର୍ବ ବୃହତ ସୌର ପାର୍କ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ରିୱାଠାରେ ଉଦଘାଟନ କରିବା କଥା ସମସ୍ତେ ଜାଣନ୍ତି । କିନ୍ତୁ ଏହି ଦାବୀଟି କେତେ ଯୁକ୍ତିଯୁକ୍ତ ତାହା ସୋସିଏଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ବ୍ୟଙ୍ଗ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦିବି ସବୁ ସତ କଥା କହି ପାରୁ ନାହାନ୍ତି, ତଥାପି ସେ ଧୀରେ ଧୀରେ ସତ କହିବାକୁ ଅଭ୍ୟାସ କରନ୍ତୁ । ଏଥିରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରିଙ୍କ ଦ୍ୱାରା ରିୱାଠାରେ ଉଦଘାଟିତ ହୋଇଥିବା ୭୫୦ ମେଗାୱାଟ୍ ସମ୍ପନ୍ନ ସୌର ପାର୍କ କୌଣସି ପ୍ରକାରେ ଏସିଆରେ କିମ୍ବା ଦେଶରେ ପ୍ରଥମ ବା ସର୍ବ ବୃହତ ନୁହେଁ । ଏହା ପୂର୍ବରୁ ରାଜସ୍ଥାନର ଯୋଧପୁରଠାରେ ୨୨୪୫ ମେଗାୱାଟ୍ ସମ୍ପନ୍ନ ସୌର ପାର୍କ, କର୍ଣ୍ଣାଟକର ପୱାଠାରେ ୨୦୦୦ ମେଗାୱାଟ ଓ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣଲଠାରେ ୧୦୦୦ ମେଗାୱାଟ ସମ୍ପନ୍ନ ସୌର ପାର୍କ ଉଦଘାଟିତ ହୋଇ ସାରିଛି । ତେବେ ୭୫୦ ମେଗାୱାଟ ସମ୍ପନ୍ନ କେମିତି ଏସିଆ ମହାଦେଶର ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ସୌର କେନ୍ଦ୍ର ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମୋଦିଙ୍କ ସର୍ବୋଚ୍ଚ ସୌର ଶକ୍ତି ସମ୍ପନ୍ନ କେନ୍ଦ୍ର ଉଦଘାଟନ ଦାବୀ ମିଥ୍ୟା ପ୍ରମାଣିତ ହେଲା !