(୦୭/୮) ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ନୂଆଖାଇ ଏଇ ମାସରେ ଅଛି, ଏହା ସମସ୍ତଙ୍କୁ ଜଣା । କିନ୍ତୁ ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଦୀର୍ଘ ଏକ ମାସ ହେଲାଣି ପ୍ରତି ଶନିବାର ଓ ରବିବାର ଦୁଇ ଦିନ ସଟ୍ଡାଉନ୍ ହେଉଛି । ଆଉ ସଂଯୋଗବଶତଃ, ଏଇ ବର୍ଷ ନୂଆଖାଇ ପଡ଼ୁଥିବା ୨୨ ଓ ୨୩ ତାରିଖ ମଧ୍ୟ ଶନିବାର ଓ ରବିବାର ପଡ଼ୁଛି । ସେଥିପାଇଁ ସେହି ଦୁଇ ଦିନ ବଦଳରେ ତା ପୂର୍ବରୁ ବା ତାପରେ ଦୁଇ ଦିନ ସଟ୍ଡାଉନ ଘୋଷଣା ଲାଗି ବିଚାର କରିବାକୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାୟକ ନାଉରୀବନ୍ଧୁ ନାୟକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଲେଖିଲେ ଚିଠି : ନୂଆଖାଇରେ ‘ସଟ୍ଡାଉନ’ କରନ୍ତୁନି !
