ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ବରଗଡ଼ରେ ଉଦଘାଟିତ ହେଲା ‘ହଳଧର ସଂଗ୍ରହାଳୟ ସାଧନା କୁଟୀର’ !


(୨୬/୯) ପଶ୍ଚିମ ଓଡ଼ିଶାର ଲୋକକବି ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କବି ହଳଧର ନାଗଙ୍କ ଲେଖା ଅନ୍ୟାନ୍ୟ ଭାଷାରେ ଭାଷାନ୍ତର ହୋଇ ବର୍ତ୍ତମାନ ତାହା ଦେଶ ବିଦେଶରେ ମଧ୍ୟ ଦେଖିବାକୁ ମିଳିଲାଣି । ତେବେ ତାଙ୍କ ତାଙ୍କଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକ ଓ ପୁରସ୍କାରକୁ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା ନିମନ୍ତେ ବରଗଡ଼ର ଘେଁଷ୍‌ଠାରେ ‘ହଳଧର ସଂଗ୍ରହାଳୟ ସାଧନା କୁଟୀର’ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ସମୟରେ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଜଣାପଡ଼ିଛି । ଏଠାରେ କବି ହଳଧର ନାଗଙ୍କ ଦ୍ୱାରା ରଚିତ, ପ୍ରକାଶିତ ସମସ୍ତ ପୁସ୍ତକ ତଥା ସେ ପାଇଥିବା ପୁରସ୍କାର ଗୁଡ଼ିକ ଜନସାଧାରଣ ଦେଖି ପାରିବେ ବୋଲି ଜଣାପଡ଼ିଛି । ଏପରିକି କବି ହଳଧର ନାଗ ସେ ଏଠାରେ ନିଜର ସାହିତ୍ୟ ସାଧନା ମଧ୍ୟ କରିପାରିବେ ବୋଲି ଜଣାପଡ଼ିଛି । ତେବେ ଏହି ସଂଗ୍ରହାଳୟ ନିର୍ମାଣ କରାଇବାରେ ବରଗଡ଼ର ସମାଜସେବୀ ତଥା ଡାକ୍ତର ଦମ୍ପତି ଡାକ୍ତର ରାଜେଶ ତ୍ରିପାଠୀ ଓ ସୁସ୍ମିତା ତ୍ରିପାଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସବୁ ବର୍ଗର ଲୋକେ ତାଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଏହାଦ୍ୱାରା କବି ହଳଧର ନାଗଙ୍କ ରଚନାବଳୀ ପ୍ରତି ଲୋକେ ଅଧିକ ଆକର୍ଷିତ ହେବେ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ବରଗଡ଼ରେ ଉଦଘାଟିତ ହେଲା ‘ହଳଧର ସଂଗ୍ରହାଳୟ ସାଧନା କୁଟୀର’ !