(୦୮/୯) ଦକ୍ଷିଣ କୋରିଆ ପାଣିପାଗ ବିଭାଗର ସୂଚନାନୁଯାୟୀ ତାଇଫୁନ-୧୦ ଉଲସାନ ସହର ପାଖରେ ମାଡ଼ ହୋଇଛି । ଏହା ତୃତୀୟ ଥର ପାଇଁ ଲଗାତାର ଆସିଛି, ଯାହାକି କୋରିଆ ଉପଦ୍ୱୀପରେ ୧୯୪୫ ରୁ ଏଯାଏଁ ଅଭୂତପୂର୍ବ ବୋଲି କୁହାଯାଇଛି । ମାଟି ଓ ଗଛ ଉପୁଡ଼ି ଘର ଭିତରକୁ ମାଡ଼ି ଆସୁ ଥିବାର ଛାତି ଥରାଇ ଦେବାର ଦୃଶ୍ୟ ଦେଖିବାକୁ ମିଳୁଛି । ଜାପାନର ପଶ୍ଚିମ ପଟରେ ଏହା ଗତ ସପ୍ତାହର ମାଡ଼ ହେବା ପରେ ଦକ୍ଷିଣ କୋରିଆର ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଚାଲିଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଥିଲା । ହାଇସେନରେ ପ୍ରଭୂତ କ୍ଷତି ହୋଇ ନଥିଲେ ବି କ୍ୟୁସୁର ଦକ୍ଷିଣ ଦ୍ୱୀପାଂଚଳରେ ଲକ୍ଷ ଲକ୍ଷ ଲୋକଙ୍କ ଘରେ ବିଦ୍ୟୁତ ନଥିବା ଜଣାପଡ଼ିଛି ।
ତାଇଫୁନ-୧୦ ଆସିବାରୁ ଜାପାନ ଓ ଦକ୍ଷିଣ କୋରିଆରେ ଲକ୍ଷଲକ୍ଷ ଲୋକ ଘର ଛାଡ଼ିଲେ
