(୦୭/୧୦) ଦାଦନ ଶ୍ରମିକମାନେ ଦିନକୁ ଦିନ ନିଜ କର୍ମକ୍ଷେତ୍ରକୁ ଯିବାରେ ଲାଗିଛନ୍ତି ଓ ଯିବା ରାସ୍ତାରେ ଅନେକ ଦୁର୍ଘଟଣାମାନ ଘଟିବାରେ ଲାଗିଛି । କିଛି ଦିନ ପୂର୍ବେ ଗଞ୍ଜାମର ଶ୍ରମିକମାନେ ଗୁଜରାତ ଯିବା ସମୟରେ ରାୟପୁର ପାଖରେ ସେମାନଙ୍କ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ସାତ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଂଚଳର ଲଣ୍ଡାପଥର ଗ୍ରାମର ପ୍ରଦୀପ ସେଠ୍ ନାମକ ଜଣେ ଶ୍ରମିକ ଅନ୍ୟ ଶ୍ରମିକମାନଙ୍କ ସହ ଏକ ବସ୍ ଯୋଗେ ତାମିଲନାଡ଼ୁକୁ ଯାଉଥିଲେ । ହେଲେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ସେମାନଙ୍କୁ ବସକୁ ଏକ ଟ୍ରକ ପିଟି ଦେବାରୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଦୀପଙ୍କୁ ସେଠାରୁ ଉଦ୍ଧାର କରି ନିଜ ଜିଲ୍ଲା ବଲାଙ୍ଗୀରର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି ।
ତାମିଲନାଡ଼ୁକୁ ଯିବାବେଳେ ସଡ଼କ ଦୁର୍ଘଟଣା ଯୋଗୁଁ ବଲାଙ୍ଗୀରର ଦାଦନ ଶ୍ରମିକ ନିଜ ହାତ ହରାଇଲେ !
