(୨୬/୬) ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶାସନଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକଙ୍କ ନାମ ଟେମରାଜ ହରିଜନ ବୋଲି ଚିହ୍ନଟ ହୋଇଛି । ସେ ତାଙ୍କ ସ୍ତ୍ରୀ ଦ୍ରୌପଦୀ ହରିଜନଙ୍କ ସହ କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ କୁପିଆଠାରେ ଏକ ଦଶାହ କ୍ରିୟାରେ ଯୋଗ ଦେବାକୁ ଯାଇଥିବାବେଳେ ଶାସନଠାରେ ସାମ୍ନା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଟେମରାଜ ହରିଜନ ମୃତ୍ୟୁ ବରଣ କରିଥିବାବେଳେ ସ୍ତ୍ରୀ ଦ୍ରୌପଦୀ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଛି । ବୋଲେରୋ ଗାଡ଼ି ଓଲଟି ପଡ଼ିଥିବା ଦୃଶ୍ୟକୁ ଦେଖି ଯେକେହି ବି ଦୁର୍ଘଟଣାର ଭୟାବହତା ଅନୁମାନ କରିପାରିବ । ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରହିଥିବା ପ୍ରକାଶ ।
ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇ ବୋଲେରୋ ସହ ଧକ୍କା, ସ୍ୱାମୀ ମୃତ ।
