(୨୪/୬) କଣ୍ଟାବାଞ୍ଜି ସହରରେ ଐତିହାସିକ ପମ୍ପୁ ତଲାବ୍ ସମସ୍ତଙ୍କ ଶୀକାର ହୋଇଯାଇଛି । ପମ୍ପୁ ତଲାବ୍କୁ ବୁଝିବାକୁ ହେଲେ କଣ୍ଟାବାଞ୍ଜି ସହରର ଭୌଗୋଳିକ ଅବସ୍ଥିତିକୁ ବୁଝିବାକୁ ପଡ଼ିବ । କଣ୍ଟାବାଞ୍ଜି ସହରକୁ ଓଡ଼ିଶା ସରକାର, କେନ୍ଦ୍ର ସରକାରଙ୍କ ରେଳ ବିଭାବକୁ ରେଳ ଲାଇନ ବିଛାଇବା ସହ ୭୫୦ ଏକର ଜମି ଦେଇ କଣ୍ଟାବାଞ୍ଜି ସହର ସୃଷ୍ଟି କରିଥିଲେ । କିନ୍ତୁ ରେଳ ବିଭାଗର ସ୍ୱାର୍ଥ ପୂରଣ ହେବା ପରେ ଏଠାରୁ ରେଳ ବିଭାଗ କର୍ମଚାରୀ ଓ ଲୋକମାନଙ୍କୁ ଅନ୍ୟ ଆଡ଼କୁ ସ୍ଥାନାନ୍ତରୀତ କରିଦେଲେ । ଯେତେବେଳେ ଏହି ରେଳ ବିଭାଗ କର୍ମଚାରୀମାନେ ଏଠି ରହୁଥିଲେ, ସେତେବେଳେ ଏହି ପମ୍ପୁ ତଲାବର ପାଣିକୁ ସେମାନେ ବ୍ୟବହାର କରୁଥିଲେ, ଫଳରେ ପମ୍ପୁ ତଲାବର ପାଣି ସେତେବେଳେ ପରିଷ୍କାର ରହୁଥିଲା । କଣ୍ଟାବାଞ୍ଜି ସହରରୁ ରେଳ ବିଭାଗ କର୍ମଚାରୀଙ୍କ ପଳାୟନ ପରେ ପମ୍ପୁ ତଲାବର ପାଣିର ବ୍ୟବହାର କମିଗଲା ଓ ରେଳ ବିଭାଗ ମଧ୍ୟ ଏଥିପ୍ରତି ଧ୍ୟାନ ଦେଲା ନାହିଁ । କେବଳ କଣ୍ଟାବାଞ୍ଜି ସହରର ଲୋକେ ଏହି ତଲାବର ପାଣି ବ୍ୟବହାର କଲେ । ରେଳ ବିଭାଗ କି କୌଣସି ସରକାରୀ ଅନୁଷ୍ଠାନ ପକ୍ଷରୁୁ ଏଥିପ୍ରତି ଧ୍ୟାନ ଦିଆ ନ ଯିବାରୁ ଏହି ତଲାବଟି ଅପରିଷ୍କାର ହୋଇ ପଡ଼ି ରହିବାରୁ ଏଠିକାର ପାଣି ଦିନକୁ ଦିନ ଦୂଷିତ ହେବାରେ ଲାଗିଲା । ଏହାକୁ ଦେଖି କଣ୍ଟାବାଞ୍ଜି ସହରର କେତେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଉଦ୍ୟମରେ ସହରବାସୀ ଏହି ସଂପୃକ୍ତ ତଲ୍ାବ୍ର ପୁନଃଉଦ୍ଧାର ପାଇଁ ସ୍ଥାନୀୟ ନେତା ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ସୂଚନାନୁସାରେ, ରାଜ୍ୟ ସରକାର ଜଳସେଚନ ବିଭାଗ ଜରିଆରେ ଏହି ତଲାବର ପୁନଃଉଦ୍ଧାର ପାଇଁ ୨ କୋଟି ୫୪ ଲକ୍ଷ ୯୨ ହଜାର ୯୧୨ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି । କିନ୍ତୁ ସହରବାସୀ ପମ୍ପୁ ତଲାବର ପୁନଃଉଦ୍ଧାର କାର୍ଯ୍ୟରେ ଦୁର୍ନୀତି ହେବା ସହ ବିଭିନ୍ନ ଡ୍ରେନ(ନାଲି)ର ପାଣି ଏଠାରେ ପ୍ରବେଶ କରୁ ଥିବାରୁ ନାନା ପ୍ରକାର ସମସ୍ୟା ସୃଷ୍ଟି ହେଉଛି ବୋଲି ଏହାର ନିରପେକ୍ଷ ତଦନ୍ତ କରିବାକୁ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । (ରିପୋର୍ଟ : ଏସକେ ସମିମ୍)
ପମ୍ପୁ ତଲାବର ପୁନଃଉଦ୍ଧାର କାର୍ଯ୍ୟରେ ଦୁର୍ନୀତିର ତଦନ୍ତ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର
