ତହସିଲ ଅଫିସରେ ଦୁର୍ନୀତି ହେଉଥିବା ନେଇ ଓକିଲ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାଵି ପତ୍ର ।

(୧୮/୧୨) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ହେଉଥିବା ନେଇ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଓକିଲ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ତହସିଲ କାର୍ଯ୍ୟାଳୟ ଥିବା ଡାଟା ଅପରେଟର ଭିକାରୀ ପନିକା ଯେ କୋୖଣସି କାର୍ଯ୍ୟ ପାଇଁ ଲୋକ ମାନଙ୍କଠାରୁ ଓ ଓକିଲମାନଙ୍କ ଠାରୁ ଟଙ୍କା ମାଗୁଥିବାବେଳେ ରେଜର୍ଡ଼ କିପର ସନ୍ତୋଷ ପୃଷ୍ଟି ଓକିଲମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ନିୟମ ଅନୁସାରେ ଲୋକଙ୍କ କାଗଜ ପତ୍ର ଯଥା ପଟ୍ଟା, ଅନ୍ୟାନ୍ୟ କାଗଜପତ୍ର ପୋଷ୍ଟ ମାଧ୍ଯମରେ ପଠାଯିବା କଥା, ହେଲେ ଏହା ପଠାଯାଉନି ବୋଲି ଓକିଲ ସଂଘ ପକ୍ଷରୁ ଅଭିଯୋଗ କରଯାଇଥିବା ବେଳେ ଏହି ବିଷୟରେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଲେ ମଧ୍ୟ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ତେଣୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବଙ୍ଗୋମୁଣ୍ଡା ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛିି । ତେବେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । (ରିପୋର୍ଟ – ଏସ କେ ସମିମ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତହସିଲ ଅଫିସରେ ଦୁର୍ନୀତି ହେଉଥିବା ନେଇ ଓକିଲ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାଵି ପତ୍ର ।