(୦୭/୭) ବଲାଙ୍ଗୀରସ୍ଥିତ ‘ପଶ୍ଚିମ ଓଡ଼ିଶା ସାବିତ୍ରୀ ବାଇ ଫୁଲେ ସଂଗଠନ’ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ୭ ଦଫା ଦାବୀ ସମ୍ପର୍କୀତ ଏକ ଦାବୀପତ୍ର କୁଳାଧିପତି ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ଏହି ୭ ଦଫା ଦାବୀ ଭିିତରେ ଛାତ୍ରୀମାନଙ୍କ ନିମନ୍ତେ ଛାତ୍ରୀ ନିବାସ ନିର୍ମାଣ, ବିଶ୍ୱ ବିଦ୍ୟାଳୟରେ ବିପ୍ଳବୀ କବି ଭୀମ ଭୋଇଙ୍କ ନାମରେ ଏକ ଚେଆର ସ୍ଥାପନ, ବିଶ୍ୱ ବିଦ୍ୟାଳୟର ଖାଲି ଥିବା ସମସ୍ତ ଷ୍ଟାଫ୍ ପୂରଣ, ସରକାରୀ ମହିଳା ମହାବିଦ୍ୟାଳୟରେ ସମସ୍ତ ବିଷୟରେ ପି.ଜି ପାଠ୍ୟକ୍ରମ ପ୍ରଚଳନ, ୟୁପିଏସ୍ସି/ଓପିଏସ୍ସି ପରୀକ୍ଷାରେ ଏ ଅଂଚଳର ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବା ନିମନ୍ତେ ସ୍ୱତନ୍ତ୍ର କୋଚିଂର ବ୍ୟବସ୍ଥା ସମେତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ର୍ୟାଗିଂ ମୁକ୍ତ କରିବା ଏଥିରେ ଅନ୍ତର୍ଭୁକ୍ତ ରହିଛି । ସଂଗଠନର ସଭାନେତ୍ରୀ ଚମ୍ପା ନାଗ ଓ ସଂପାଦିକା ସୁଭଦ୍ରା ସୁନାଙ୍କ ସ୍ୱାକ୍ଷରରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି ।
ମହିଳା ସଂଗଠନ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ୭ ଦଫା ଦାବୀପତ୍ର ପ୍ରଦାନ
