ମାନବ ରହିତ ରେଳ ଫାଟକ ସମସ୍ୟା ନେଇ ବଲାଙ୍ଗୀର ସାଂସଦଙ୍କୁ ଦାବୀ ପତ୍ର ।

(୦୪/୭) କଣ୍ଟାବାଞ୍ଜି ସହର ପାଖ ଥିବା ମାନବ ରହିତ ରେଳବାଇ ଫାଟକ v -123 କୁ ତା-୧୬-୧୨-୨୦୧୮ ସଂପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଲୋକ ମାନେ ୫୦ ବର୍ଷ ରୁ ଏହି ଫାଟକ ଦେଇ ଯିବାଆସିବା କରୁଥିଲେ । ଏହି ରେଳବାଇ ମାନବ ରହିତ ଫାଟକ ବନ୍ଦ ଯୋଗୁଁ ହେଉଥିବା ସମସ୍ୟାର ସମାଧାନ ଦାବିରେ ସମାଜସେବୀ ଜଗନ୍ନାଥ ରାଓ ,ଏସ କେ ଅମଜଦ, ତାହିର ଖାଁନ, ସେଖ ସମିର , ଦେବରାଜ ୟାଦବ ସହ ward no 1,2,14,15,16 ସ୍ଥାନୀୟ ଲୋକମାନେ କଣ୍ଟାବାଞ୍ଜି ରେ ଥିବା ରେଳବାଇ କାର୍ଯ୍ୟାଳୟରେ ଯାଇ (ଏ ଡି ଇ ନ) ADEN ଜରିଆରେ ମାନ୍ୟବର ବଲାଙ୍ଗୀର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ଉଦେଶ୍ୟରେ ଏକ ଦାବୀ ପତ୍ର ଦିଆଯାଇଛି । ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ର ସ୍ଥାନୀୟ ଲୋକେ ଅତି ସହଜ ରେ ବିଭିନ୍ନ ଅଫିସ ଏନ ଏ ସି , ସରକାରୀ ଡାକ୍ତରଖାନା , ଆର ଆଇ ଅଫିସ , ମସଜିଦ , ଗିରିଜା ଘର ,ସ୍କୁଲ ,କଲେଜ , ତହସିଲ ଅଫିସ କୋଟ , ରେଳ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନ କୁ ଯିବା ଆସିବା କରୁଥିବା ବେଳେ ଏହି ରେଳବାଇ ଫାଟକ ଯୋଗୁଁ ଏବେ କଷ୍ଟକର ହେଉଛି । ରେଳବାଇ ବିଭାଗ ରେଳ ଷ୍ଟେସନ ୩୫୦ ରୁ ୪୦୦ ମିଟର ଦୁରତା ରେ ଏକ (RUB) ROADS UNDER BRIDGE ନିର୍ମାଣ କରିଛି । ଏହି ରୋଡ ଅନ୍ଡର ବ୍ରିଜ RUB ଉପରେ କଣ୍ଟାବାଞ୍ଜି ସହର ଟ୍ରାଫିକ ବର୍ତ୍ତମାନ ଵଝ ପଡ଼ିବା ଦେଖିବାକୁ ମିଳୁଥିବା ବେଳେ ସମୟ ସମୟର ଛୋଟ ଛୋଟ ଦୁର୍ଘଟଣା ମଧ୍ୟ ଘଟିବା ଅଭିଯୋଗ ହୋଉଛି । ତେଣୁ ମାନବରହୀତ ରେଳ ଫାଟକ ପୁଣି ଥରେ ଖୋଲା ଯାଉ ନଚେତ ମାନବ ରହୀତ ରେଲଵାଇ ଫାଟକ ( v- 123) ପାଖରେ ଆଉ ଗୋଟିଏ UNDER BRIDGE ) ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ଲୋକମାନେ ଦଵୀ କରୁଛନ୍ତି । (ରିପୋର୍ଟ – ଏସ କେ ସମିମ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମାନବ ରହିତ ରେଳ ଫାଟକ ସମସ୍ୟା ନେଇ ବଲାଙ୍ଗୀର ସାଂସଦଙ୍କୁ ଦାବୀ ପତ୍ର ।