(୦୭/୧୦) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଅଂଚଳରେ ଦିନକୁ ଦିନ ରାହାଜାନି ଓ ଡକାୟତ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ଜୁନାଗଡ଼ ପୋଲିସ୍କୁ ଏଥିରେ ସଫଳତା ମିଳିଛି । ଜୁନାଗଡ଼ ପୋଲିସ୍ ଏକ ଡକାୟତ ଦଳକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଏସ୍ପି । ଏହି ଡକାୟତମାନେ ମୋଟର ସାଇକେଲରେ ନିଛାଟିଆ ରାସ୍ତାରେ ବ୍ୟାଙ୍କରୁ ଟଙ୍କା ନେଇ ଯାଉଥିବା ଲୋକ ଓ କଲେକସନ୍ ଏଜେଣ୍ଟ ପିଛା କରୁଥିଲେ । ଏହି ଦଳର ୫ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠୁ ୩ ଟି ମୋଟର ସାଇକେଲ ଓ ବହୁ ଅର୍ଥ ଉଦ୍ଧାର କରିଛି ।
ଡକାୟତ ଦଳକୁ ଗିରଫ କଲା ପୋଲିସ୍, ଟଙ୍କା ନେଇ ଯାଉଥିବା ଲୋକଙ୍କୁ କେବଳ ଟାର୍ଗେଟ୍ କରୁଥିଲେ !
