
ସାଇପ୍ରିୟା ନାୟକ
ପ୍ରଫୁଲ୍ଲ ନଗର, ଭଦ୍ରକ
ମାୟା ଯୋଡ଼ି ହେଇଯାଏ
କେବେ ଶଦ୍ଦ ସହ
କେବେ ଶବ ସହ
ସେକଥା କାହାକୁ ଜଣାଥାଏ???
ଦୁହେଁ ତ ନିଜର
ଭାରି ଆପଣାର । ।
ବେତାଳର ଶବକୁ ବୋହି
ସମ୍ରାଟ ପାଲଟିଛି ଅନେକ ବାର
ନିଜେ ନିଜ ସହ ଲଢ଼ି
ଅନେକ ପ୍ରଶ୍ନର ସମାଧାନ
ଖୋଜିଛି ସମୟଠାରୁ ।
ହେଲେ ସମୟ ତ ମୂକ ପାଲଟେ
ନିଜ ପାଖରେ । ।
କି ଜବାବ୍ ରଖିବ ସେ!
କାଠହଣା ଚଢ଼େଇଟେ ପରି
ଝୁଣିଝୁଣି ଖାଇଥାଏ ନିଜେ
ଗଢ଼ିଥିବା ପରିଧିକୁ
କେବଳ ବଂଚିବାର ମାୟାରେ । ।