(୦୮/୬) କରୋନାର ପ୍ରଭାବକୁ ଦେଖି ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାରେ ଜୁନ ମାସରେ ପ୍ରତ୍ୟେକ ଶନିବାର ଓ ରବିବାର ସଟ ଡାଉନ୍ କରିବାକୁ ଘୋଷଣା କରଛନ୍ତି । ତଦନୁସାରେ କଣ୍ଟାବାଞ୍ଜି ସହରଟି ଏହି ପ୍ରଥମ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ଥିଲା । ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ମଧ୍ୟ ତାଙ୍କ ସୋସିଏଲ ମିଡିଆ ଆକାଉଣ୍ଟରେ ଫଟୋ ସେଆର କରିଛନ୍ତି । କିନ୍ତୁ ଆଜି ଦୁଇ ଦିନ ପରେ ଦୋକାନବଜାର ଖୋଲିବା ମାତ୍ରକେ ବିଭିନ୍ନ ସ୍ଥାନରେ ଜନଗହଳି ଦେଖିବାକୁୁ ମିଳିଛି; ଯଥା:- ପ୍ରାଇଭେଟ କ୍ଲିନିକ୍, କିରାନା ଦୋକାନ, ବ୍ୟାଙ୍କ, ପନିପରିବା ବଜାର ସହ କେତେକ ସ୍ଥାନରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । (ରିପୋର୍ଟ: ଏସ୍କେ ସମିମ୍)
କଣ୍ଟାବାଞ୍ଜି ସହରରେ ସଟଡାଉନ୍ ପରେ ଜନଗହଳି
