‘ଲବ୍ ଜିହାଦ୍‌’ କୁ ନେଇ ବିତର୍କ, ଭିଏଚପି ନେତାଙ୍କ ମୁସଲିମ୍ ଜ୍ୱାଇଁଙ୍କ ବିବାହ ବିଷୟରେ କଣ କହିବେ ବୋଲି ପ୍ରଶ୍ନ !


(୨୩/୧୧) ବର୍ତ୍ତମାନ ‘ଲବ୍ ଜିହାଦ୍‌’ କୁ ନେଇ ଯେଭଳି ଚର୍ଚ୍ଚା ଚାଲିଛି, ଲୋକେ ମଧ୍ୟ ତା ଉପରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ନିକଟରେ ‘ଲବ୍ ଜିହାଦ୍‌’ କୁ ନେଇ ବିଜେପି ଶାସିତ ରାଜ୍ୟର ବିଧାନସଭା ଓ ଦେଶର ସଂସଦରେ ଏକ ବିଲ୍ ଆସିବା ସମ୍ଭାବନା ଥିବାରୁ ଏହା ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି । ତେବେ ହିନ୍ଦୁ ଝିଅକୁ କୌଣସି ମୁସଲିମ୍ ପୁଅ ବାହା ହେଲେ ତାକୁ ‘ଲବ୍ ଜିହାଦ୍‌’ ବୋଲି କେତେ ଲୋକ ଆଖ୍ୟା ଦେଉଥିବାବେଳେ ଏହି ଶଦ୍ଦର କୌଣସି ଅର୍ଥ ନାହିଁ ବୋଲି କେତେକ ନେତା ସମାଲୋଚନା କରିଛନ୍ତି । ଯଦି ‘ଲବ୍ ଜିହାଦ୍‌’ ଆଇନ ସଂସଦରେ ପାସ ହୋଇଯାଏ, ତେବେ କୌଣସି ମୁସଲିମ୍ ପୁଅ ଯଦି ହିନ୍ଦୁ ଝିଅକୁ ବଳପୂର୍ବକ ବିବାହ କରେ ବୋଲି ପ୍ରମାଣ ହୁଏ, ତେବେ ଉକ୍ତ ବ୍ୟକ୍ତିଙ୍କ ନିମନ୍ତେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବାକୁ ସରକାର ବିଚାର କରୁଥିବା ଆଲୋଚନା ହେଉଛି । ଯଦି ଏପରି ଆଇନ ପାସ୍ ହୁଏ, ତେବେ ବିଶ୍ୱ ହିନ୍ଦୁ ପରିଷଦର ପ୍ରମୁଖ ନେତା ଅଶୋକ ଝିଅଙ୍କ ଜ୍ୱାଇଁ ମୁଖତାର୍ ଅବ୍ୱାସ ନକବୀ, ମୂରଲୀ ମନୋହର ଯୋଶୀଙ୍କ ଜ୍ୱାଇଁ ସାହାନବାଜ ହୁସେନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁସଲିମ ଭାଣିଜି ୍‌ଜ୍ୱାଇଁ ଓ ବିଜେପିର ସୁବ୍ରମନ୍ୟମ ସ୍ୱାମୀଙ୍କ ମୁସଲିମ୍ ଜ୍ୱାଇଁଙ୍କ ବିବାହକୁ କ’ଣ କୁହାଯିବ ବୋଲି ସୋସିଏଲ ମିଡିଆରେ ଲୋକେ ପ୍ରଶ୍ନ କରିଛନ୍ତି । ତେବେ ନିଜ ଝିଅମାନଙ୍କ ବିବାହ ମୁସଲିମ୍ ପୁଅମାନଙ୍କ ସାଙ୍ଗରେ କରିଥିବାବେଳେ ଅନ୍ୟମାନଙ୍କ ଝିଅର ବିବାହ କରିବାରେ ସେମାନେ କାହିଁକି ବାଧା ଦେଉଛନ୍ତି ବୋଲି ଲୋକେ ବିସ୍ମୟ ପ୍ରକାଶ କରିଛନ୍ତି । ଏହା କେବଳ ରାଜନୀତି ପାଇଁ କରାଯାଉଛି ବୋଲି ସେମାନେ ଅଭିଯୋଗ ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ଲବ୍ ଜିହାଦ୍‌’ କୁ ନେଇ ବିତର୍କ, ଭିଏଚପି ନେତାଙ୍କ ମୁସଲିମ୍ ଜ୍ୱାଇଁଙ୍କ ବିବାହ ବିଷୟରେ କଣ କହିବେ ବୋଲି ପ୍ରଶ୍ନ !