ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଆଜି ସନ୍ଧ୍ୟା ୫ ଟା ୩୦ ରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଏକା ସାଙ୍ଗରେ ଗାଇ କରୋନା ଯୋଦ୍ଧାଙ୍କ ପ୍ରତି ଆପଣା ସମର୍ଥନ ପ୍ରଦାନ କରିଛନ୍ତି । ଏହିକ୍ରମରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନାରେ ଥାନାର ଭାରପ୍ରାପ୍ତ ନିରୀକ୍ଷକ ଲତିକା ଲାକ୍ରାଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ଏହି ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଏକା ସାଙ୍ଗରେ ଗାଇଥିଲେ । ଏହି ସମୟରେ ଥାନାକୁୁ ବିଭିନ୍ନ କାମରେ ଆସିଥିବା ଲୋକେ ମଧ୍ୟ ତାହାକୁ ସମ୍ମାନ ଜଣାଇ ସେମାନେ ମଧ୍ୟ ସେହି ଗୀତକୁ ଗାଉଥିବା ଦେଖା ଯାଇଥିଲା ।
ଲୋଇସିଂହା ଥାନାର ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ।
