ଓଟିଭି ଜମି କେଳେଙ୍କାରୀ : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୈଜୟନ୍ତ ପଣ୍ଡାଙ୍କୁ କଲେ ବିରୋଧ !


(୧୭/୧୧) ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମିକୁ ନେଇ ବୈଜୟନ୍ତ ପଣ୍ଡା ଓ ଓଟିଭି ବିରୁଦ୍ଧରେ ଲୋକେ ଯେପରି ଏକଜୁଟ ହେଉଛନ୍ତି, ତାହା ଆଗକୁ ଅଭିଯୁକ୍ତମାନଙ୍କ ନିମନ୍ତେ ଏକ ବିଶେଷ ସମସ୍ୟା ଯେ ଉପୁଜିବ ଏହା ଜଳଜଳ ହୋଇ ଦେଖାଦେଲାଣି । ଓଟିଭି ଏମ୍‌ଡି ଜାଗୀ ପଣ୍ଡାଙ୍କ ପରିବାର ଲୋକେ ଅନୁସୂଚୀତ ଜାତିର ଲୋକଙ୍କୁ ଧମକଚମକ ଦେଇ ଚ୍ୟାନେଲର ଜଣେ ଅନୁସୂଚୀତ ଜାତିର ଲୋକଙ୍କ ନାମରେ ଶାଗମାଛ ଦରରେ ଉକ୍ତ ଜମି ପଞ୍ଜିକୃତ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟ୍ୱିଟ କରି ସାରିଛନ୍ତି । ତେବେ ସଦ୍ୟ ଏକ ଘଟଣା କ୍ରମରେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହି ଜମି କେଳେଙ୍କାରୀକୁ ନେଇ ବୈଜୟନ୍ତ ପଣ୍ଡାଙ୍କ ଉପରେ ଗଣମାଧ୍ୟମ ସମ୍ମୁଖରେ ପ୍ରବଳ ବର୍ଷିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ, ବାପା ବଂଶୀଧର ପଣ୍ଡାଙ୍କ ନାମକୁ ବୈଜୟନ୍ତ ପଣ୍ଡା ବଦନାମ କରିଦେଲେ । ବଂଶୀଧର ପଣ୍ଡାଙ୍କ ପରି ଜଣେ ଶିଳ୍ପପତିଙ୍କ ପୁଅ ହୋଇ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ଯଦି ହଡ଼ପ କରିଛନ୍ତି, ତେବେ ସେ ତାହା ଫେରାଇ ଦେବା ଆବଶ୍ୟକ ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ତେବେ ସେ ଯେଉଁ ଦଳର ଲୋକ ହୋଇ ଥାଆନ୍ତୁ ନା କାହିଁକି, ଏହି ସାରୁଅ ଜମି କେଳେଙ୍କାରୀ ଉପରେ ବିଧାନସଭାରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଉଭୟ ବିଜେପି ଓ ବିଜେଡି ପ୍ରକାଶ କରିଛନ୍ତି । ଯଦି ପ୍ରକୃତରେ ଏଇଆ ହୁଏ, ତେବେ ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ଅଡ଼ୁଆ ଯେ ଆଗକୁ ନ ବଢ଼ିବ, ତାହା କହି ହେବ ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଟିଭି ଜମି କେଳେଙ୍କାରୀ : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୈଜୟନ୍ତ ପଣ୍ଡାଙ୍କୁ କଲେ ବିରୋଧ !